ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାଲିଛି ମା’ ଦୁର୍ଗାଙ୍କର ଶାରଦିୟ ଦୁର୍ଗା ପୂଜା । ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ଦୁର୍ଗା । ମାଙ୍କର ସେହି ସୁନ୍ଦର ପ୍ରତିମାକୁ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ସୁଅ ଛୁଟୁଛି । ତେବେ ନବରାତ୍ରୀ ମଧ୍ୟ ଆରମ୍ଭ ହୋଇଯାଇଛି । ମା’ଙ୍କ ନଅଟି ଅବତାର କୁ ଏହି ନବରାତ୍ରିରେ ଆରାଧନା କରାଯାଏ ସୁଖ , ସମୃଦ୍ଧି ଓ ମା’ ଙ୍କର ଆର୍ଶିବାଦ ପାଇଁ । ବର୍ଷକରେ ବିଭିନ୍ନ ସମୟରେ ପ୍ରାୟତ ଚାରିଥର ନବ ରାତ୍ରି ଆସିଥାଏ କିନ୍ତୁ ଖାସ କରି ଆମ ଓଡିଶାରେ ଏହି ଶାରଦୀୟ ଦୁର୍ଗା ପୁଜା ଯାହାକି ଆଶ୍ୱିନ ମାସରେ ପଡେ , ତାକୁ ପାଳନ କରାଯାଏ । ତେଣୁ ଆଜି ଯେହେତୁ ନବରାତ୍ରିର ପଞ୍ଚମ ଦିନ , ମାଙ୍କର ସ୍କନ୍ଦମାତା ରୂପକୁ ଆଜି ପୂଜାକରାଯାଏ । ଯାହାଙ୍କୁ କି କାର୍ତିକେୟଙ୍କ ମାତା କୁହାଯାଏ ,ଯିଏ ଏକ ଶିଶୁର ମାତା । ପିଲାମାନଙ୍କର ସୁଖ , ସୁରକ୍ଷା ପାଇଁ ଏହି ରୁପକୁ ଖାସ କରି ଆରାଧନା କରାଯାଏ । ତେବେ ଆସନ୍ତୁ ଜାଣିବା ସ୍କନ୍ଦମାତାଙ୍କ କାହାଣୀ । ମା’ଙ୍କର ନବରାତ୍ରିର ସ୍କନ୍ଦମାତା ରୂପ ହେଉଛି ପଞ୍ଚମ ରୂପ । ମା’ ନିଜ ପୁତ୍ରକୁ ସୁରକ୍ଷା ଦେବା ପାଇଁ ଏହି ସ୍କନ୍ଦମାତା ରୁପ ନେଇଥିଲେ । କାର୍ତିକଙ୍କ ନାମ ସ୍କନ୍ଦ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ସେ କାର୍ତିକଙ୍କୁ ଧରି ସିଂହ ଉପରେ ବସିଥାଆନ୍ତି । ମା’ଦୁର୍ଗାଙ୍କର ନବରାତ୍ରିର ପଞ୍ଜମ ରୂପ ସ୍କନ୍ଦମାତାଙ୍କୁ ଖାସ, କରି କଦଳି ଭୋଗ ଲଗାଯାଇଥାଏ । ଏହାକୁ ପ୍ରସାଦ ଭାବରେ ମଧ୍ୟ ସମସ୍ତଙ୍କୁ ବଣ୍ଟନ କରାଯାଏ । ସ୍କନ୍ଦମାତାଙ୍କୁ ହଳଦିଆ ରଙ୍ଗର ଫୁ ଲ ଚଢାଯାଇଥାଏ । ହଳଦିଆ ରଙ୍ଗର କୌଣସି ବି ଫୁଲ ମା’ଙ୍କୁ ଅର୍ପଣ କଲେ ସେ ପ୍ରସନ୍ନ ହୋଇ ଥାଆନ୍ତି । ଏହା କରିବା ଦ୍ୱାରା ଆପଣଙ୍କର ନିଜ ସନ୍ତାନ ସହ ସଂପର୍କ ଭଲ ରହିଥାଏ । ଅଧିକ ସନ୍ତାନ ସ୍ନେହ ପ୍ରାପ୍ତ ହୋଇଥାଏ । ।ସେ ଦୁଇ ହାତରେ ପଦ୍ମ ଧାରଣ କରିଥାଆନ୍ତି । ତେଣୁ ମା’ଙ୍କୁ ପଦ୍ମାଶନା ଦେବି ମଧ୍ୟ କୁହାଯାଏ । ସ୍କନ୍ଦମାତାଙ୍କୁ ପୂଜା କଲେ ସ୍ୱୟଂ କାର୍ତିକେୟଙ୍କ ପୂଜା ହୋଇଯାଏ ବୋଲି କୁହାଯାଏ । ମା’ ସ୍କନ୍ଦମାତା ସବୁ ଅସୁବିଧା ଦୂର କରିଥାଆନ୍ତି । ନିଜ ଭକ୍ତକୁ ସବୁବେଳେ ରକ୍ଷା କରି ଥାଆନ୍ତି । ଏହା ମାଙ୍କର ଏକ ରାଗି ରୂପ ମଧ୍ୟ । ସ୍କନ୍ଦମାତାଙ୍କୁ କ ।ର୍ତିକଙ୍କ ମାତା ବୋଲି କୁହାଯାଇଛି , ତେଣୁ ମା’ଙ୍କୁ ପୁଜା କଲେ ନିଜ ସନ୍ତାନଙ୍କର ମଙ୍ଗଳ ହୋଇଥାଏ । କାହିଁକିନା କାର୍ତିକ ଯେତେବେଳେ ଯୁଦ୍ଧ କରିବାକୁ ଯାଆନ୍ତି , ମା’ ଦୁର୍ଗା ସ୍କନ୍ଦରୁପ ଧାରଣ କରି ତାଙ୍କୁ ରକ୍ଷା କରିଥାଆନ୍ତି । ମା’ଦୁର୍ଗାଙ୍କର ନବରାତ୍ରିରେ ଏହି ସ୍କନ୍ଦମାତା ରୂପକୁ ପୁଜା କଲେ , ମା’ ଶତ୍ରୁଠାରୁ ନିଜ ସନ୍ତାଙ୍କୁ ରକ୍ଷା କରିଥାଆନ୍ତି । ସବୁ ପ୍ରକାର ବିପଦ ନାଶ କରିବା ପାଇଁ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଏ । ଖାସ କରି ସ୍କନ୍ଦମାତାଙ୍କୁ ରକ୍ଷାକବଚ ବୋଲି କୁହାଯାଏ । ତେଣୁ ନବରାତ୍ରରେ ଆମେ ମା, ଦୁର୍ଗାଙ୍କର ସ୍କନ୍ଦମାତା ରୂପକୁ ଉପାସନା କରିଥାଉ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024