ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲା ଡେଲି ମାର୍କେଟରେ ଏବେ ପାଗଳା କୁକୁରଙ୍କ ଆତଙ୍କ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏମିତ କି ଏବେ ସାଧାରଣ ଲୋକେ ଡେଲି ମାର୍କେଟ ଯିବା ବନ୍ଦ କରି ସାରିଲେଣି । ଗତକାଲି ଅପରାହ୍ନରୁ କୁକୁର ମାନଙ୍କ ଉତ୍ପାତ ବଢି ଯାଇଛି । ଗତକାଲି ଠାରୁ ଏଯାବତ ୩୦ ଜଣ କୁକୁର କାମୁଡାରେ ଆହତ ହୋଇଥିବା ସୂଚନା ମିଳିଛି ।
ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ବୟସ୍କ ଲୋକ ମଧ୍ୟ ରହିଛନ୍ତି । ଦୁଇଟି ପାଗଳା କୁକୁର ଏମିତି ଆତଙ୍କ ଖେଳାଉଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୨୫ ଜଣଙ୍କୁ କୁକୁର କାମୁଡିଥିବା ବେଳେ ରାତିରେ ଆଉ ୫ ଜଣଙ୍କୁ କୁକୁର କାମୁଡିଛି । ଯାହାକୁ ନେଇୁ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ମହାନଗର ନିଗମ ପକ୍ଷାରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।