ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କଥାରେ ଅଛି ମଣିଷ ବେଇମାନ ହୋଇପାରେ ମାତ୍ର କୁକୁ ନୁହେଁ । ନିଜେ ମରିଯିବ ପଛେ ହେଲେ ମାଲିକକୁ ସେ ଦେବ ସୁରକ୍ଷା । ମାଲିକର ଲୁଣ ଖାଇଛି ଯେତେବେଳେ ସେ ବେଇମାନ କେମିତି ବା ହୋଇ ପାରିବ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବଡଗଡ ଅଞ୍ଚଳରେ । ନିଜ ମାଲିକକୁ ବଞ୍ଚାଇବା ପାଇଁ ପୋଶା କୁକୁର ଟଫିବହୁତ ସମୟ ଧରି ଗୋଟିଏ ନାଗ ସହିତ ଲଢେଇ କଲା ମାତ୍ର ଗ୍ୟାରେଜରୁ ଘରକୁ ଯିବାକୁ ଦେଲାନାହିଁ ।
ସୂଚନା ମୁତାବକ ଗତକାଲି ବଡଗଡ ରୋଡର ସମ୍ବିତ ଦାସଙ୍କ ଗ୍ୟାରେଜ ଘରେ ଘୋଟିଏ ନାଗ ସାପ ପସିଯାଇଥିଲା । ସାପଟି କୌଣସି ପ୍ରକାରେ ପୋଷା କୁକୁର ଟଫିର ନଜରରେ ପଡି ଯାଇଥିଲା । ସାପଟି ଘର ଭିତରକୁ ପସିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଟଫି ତାର ବାଟ ଓଗାଳି ଥିଲା । ଏମିତିକ ସାପ ଠାରୁ ବାରମ୍ଭାର ଚୋଟ ଉଠାଉ ଥିଲେ ମଧ୍ୟ ମାଲିକର ଘର ଭିତରକୁ ଯିବାକୁ ଦେଇ ନଥିଲା ।
ସାପଟି ଯେତେ ଥର ଘର ଭିତରକୁ ପସିବାକୁ ଚେଷ୍ଟା କରୁଥିଲା ଟଫି ସେତେ ଥର ତାପଛପଟୁ ଲାଙ୍ଗୁଡକୁ ଧରି ଟାଣି ଆଣୁଥିଲା । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଧୁ ମଲ୍ଲିକ ଆସି ସାପଟିକୁ ସେଠାରୁ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଏବେ ଚାରିଆଡୁ ଟଫିର କାର୍ଯ୍ୟକୁ ପ୍ରଂଶସା କରାଯାଉଛି ।