ରାଜନଗର(ଏଟିଆର ବ୍ୟୁରୋ):କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଜଳରାଶିରେ ୩୦୦ ଡଲଫିନ ଜଳକ୍ରୀଡା କରୁଥିବାର ଦେଖିବାକୁ ମିଳିଛି । ଚିଲିକା ଡଲଫିନମାନଙ୍କ କ୍ରୀଡାସ୍ଥାନ ଭାବେ ପରିଚିତ ଥିବା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀବିଜ୍ଞାନଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି ।
୨୦୧୫ ମସିହାରେ ପ୍ରଥମ ଥର କରି ଭିତରକନିକା ଓ ଗହୀରମଥାରେ ଡଲଫିନ ଗଣନା କରାଯାଇଥିଲା । ଏହି ଗଣନାରେ ଇରାୱାର୍ଡ , ବଟଲନୋଜ ,ହମ୍ପବ୍ୟାକ , ଗାଙ୍ଗେଟିକ ପ୍ରଭୃତି ୫ ପ୍ରଜାତିର ୨୭୦ ଟି ଡଲଫିନ ଚିହ୍ନଟ ହୋଇଥିଲେ ।
ଜାନୁଆରୀ ୧୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଡଲଫିନ ଗଣନା ସମୟରେ ଗହୀରମଥାରେ ସାତଭାୟାଠାରୁ ଏକାକୂଳ ମଧ୍ୟରେ ପାଖାପାଖି ୩୦୦ ଡଲଫିନ ଜଳକ୍ରୀଡା କରୁଥିବାର ଗଣନାକାରୀ ମାନେ ସୂଚନା ଦେଇଛନ୍ତି ।ସେହିପରି ଜଳବାୟୁରେ ପରିବର୍ତ୍ତନ କାରଣରୁ ଡଲଫିନଙ୍କ ସଂଖ୍ୟା ହୟାସ ପାଉଥିବା ନେଇ ଆଶଙ୍କା କରାଯାଉଛି ।