ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ମଟର ଯାନ ନିୟମ ଆସିବା ଦିନ ଠାରୁ ଲୋକ ମାନେ ଘରୁ ଗାଡି କାଢିବାକୁ ଡରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରାଯିବା ପରେ ଲୋକ ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ଏହା ପରେ ଲୋକ ମାନେ ନିଜ ଗାଡି କାଗଜ ପତ୍ର ଠିକ କରିବା ପାଇଁ ଆରଟିଓ ଅଫିସରେ ଭିଡ ଲଗାଇଥିଲେ । ଏହା ସହ ଗାଡିର ପଲ୍ୟୁସନ ଚେକିଙ୍ଗ କରାଇବା ପାଇଁ ବିଭିନ୍ନ ଯାଗାରେ ଲାଇନ ଲଗାଇ ଠିଆ ହୋଇଥିଲେ । ତେବେ ଆଜି ସକାଳେ ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆଉ ଅଫଲାଇନ ପଲ୍ୟୁସନ ଚେକିଙ୍ଗ ସାର୍ଟିଫିକେଟ କାମ ଦେବ ନାହିଁ ବୋଲି ଘେଷଣା କରିଛନ୍ତି ।
ଏଥର ପଲ୍ୟୁସନ ଚେକିଙ୍ଗ କରିବାକୁ ହେଲେ ଅନଲାଇନ ଆବେଦନ କରାଯାଇ ଚେକିଙ୍ଗି କରାଯିବ । ଏହା ସହ ବାହାନ ଆପରେ ପଲ୍ୟୁସନ ଚେକିଙ୍ଗର ସମସ୍ତ ତଥ୍ୟ ରହିବ । ଅନ୍ୟ ପଟେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଗାଡି କାଗଜ ପତ୍ର ନେଇ ଆରଟିଓ ଅଫସିରେ ଲମ୍ବା ଲାଇନ ଦେଖିବାକୁ ମିଳୁଥିବାରୁ ସମସ୍ତ ବ୍ଲକ ଓ ସବଡିଭିଜନ ସ୍ତରରେ କ୍ୟାମ୍ପ ବସାଯିବାର ସୂଚନା ମଧ୍ୟ ରହିଛି । ଏହି କ୍ୟାମ୍ପରୁ ଲୋକ ମାନେ ଡ୍ରଇଭିଙ୍ଗ ଲାଇସେନ୍ସ ପାଇବା ସହ ପଲ୍ୟୁସନ ଚେକିଙ୍ଗି ମଧ୍ୟ କରାଇ ପାରିବେ । ତେବେ ସେପ୍ଟେମ୍ବର ୩୦ ତାରଖ ପୂର୍ବ ଅଫଲାଇନ ହୋଇଥିବା ସମସ୍ତ ପଲ୍ୟୁସନ ଚେକିଙ୍ଗ ସାର୍ଟିଫିକେଟ ଗୁଡିକୁ ଗ୍ରହଣ କରାଯିବ ।