ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା କାରଣରୁ ଦୀର୍ଘ ଦିନ ହେବ ଡିଏଲ ଓ ଏଲଏଲ ପାଇଁ ଡ୍ରାଇଭିଂ ଟେଷ୍ଟ ବନ୍ଦ ହୋଇଥିଲା । ତେବେ ଏବେର ସ୍ଥର ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଥିରେ ଡ୍ରାଇଭିଂ ଟେଷ୍ଟକୁ ଆରମ୍ଭ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।
ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଡିଏଲ ଓ ଏଲଏଲ ଲାଇସେନ୍ସ ପାଇଁ ଆରମ୍ଭ ହେବ ଟେଷ୍ଟ । ଏନେଇ ଆଜି ପରିବହନ କମିଶନରଙ୍କୁ ପରିବହନ ବିଭାଗ ଚିଠି ଲେଖିଥିବା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ତେବେ କୋଭିଡ ଗାଇଡ ଲାଇନକୁ ପାଳନ କରି ପ୍ରତିଦିନ ୨୦ଜଣଙ୍କର ଡ୍ରାଇଭିଂ ଟେଷ୍ଟ କରାଯିବ । ଏହା ସହ ଡିଏଲ ଓ ଏଲଏଲ ପାଇଁ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୁଣି ଆରମ୍ଭ ହେବ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ
Tags #AtrNews #Odisha