ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଓଡିଶାକୁ ମାଡି ଆସିଛି ମରୁଡି । ଆଜି ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ୯ଟି ଜିଲ୍ଳାର ୬୬ଟି ବ୍ଳକ ମରୁଡିରେ ପ୍ରଭାବିତ ହୋଇଛି । ମରୁଡି ଯୋଗୁଁ ପାଞ୍ଚ ହଜାର ୬୩୩ଟି ଗାଁର ୨ ଲକ୍ଷ ୩୩ ହଜାର ୧୭୩.୮ ଚାଷ ଜମି ପ୍ରଭାବିତ ହୋଇଛି ।
ନବରଙ୍ଗପୁର,ବରଗଡ,ବଲାଙ୍ଗିର,ଦେବଗଡ,ଝାରସୁଗୁଡା,କଳାହାଣ୍ଡି,ନୂଆପଡା,ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ମରୁଡିରେ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଜିଲ୍ଳା ମାନଙ୍କରେ ୩୩ ପ୍ରତିଶତରୁ ଅଧିକ ଚାଷ ଜମିରେ ଫସଲ ନଷ୍ଟ ହୋଇଛି ।
ମରୁଡି ପ୍ରଭାବିତ ଅଞ୍ଚଳ ମାନଙ୍କୁ ଆବଶ୍ୟକିୟ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ତେବେ ଏଥିରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି । ପ୍ରଭାବିତ ହୋଇଥିବା ଚାଷୀଙ୍କୁ କ୍ଷତି ପୂରଣ ମଧ୍ୟ ସରକାର ଦେବେ । ଏଣୁ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏବଂ କୃଷି ବିଭାଗ ଅଧିକାରୀଙ୍କୁ ମରୁଡି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମରୁଡି ଅଞ୍ଚଳ ବୁଲି ଦେଖିବା ପରେ କେକେ କ୍ଷୟ କ୍ଷତି ହୋଇଛି ଆକଳନ କରିବେ । ଏହା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ଏହା ପରେ ରାଜ୍ୟ ସରକାର ପ୍ରଭାବିତ ହୋଇଥିବା ଚାଷୀଙ୍କ କ୍ଷତିପୂରଣ ଦେବେ ବୋଲି କହିଛନ୍ତି ।