ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେଲା ଲାଗି ରହିଥିବା ବର୍ଷାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କାରଣ ରାତି ପାହିଲେ ଦୀପାବଳି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଂଶ ଦୁର୍ବଳ ହେବାରେ ଲାଗିଛି । ଯାହା ଫଳରେ ଆଜିଠାରୁ ପାଗ ଶୁଖିଲା ହୋଇ ଆସିବ । ତେଣୁ ଦୀପାବଳି ସମୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି ।
ଆଜି ସକାଳୁ ରାଜଧାନୀରେ ପାଗ କୋହଲା ରହିଥିଲେ ମଧ୍ୟ ବର୍ଷା ହୋଇ ନାହିଁ । ଅନ୍ୟପଟେ ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର , ବାଲେଶ୍ୱରରେ ସାମାନ୍ୟ ବର୍ଷା ହୋଇଛି । ଆଜି ବର୍ଷାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ସେହିସବୁ ଜିଲ୍ଲାଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ।