ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠାରୁ କଡାକଡି ଭାବେ ପାଳନ ହେବ ଟ୍ରାଫିକ ନିୟମ । ଏଥର ଅମାନିଆଙ୍କୁ ମିଳିବ ନାହିଁ ତ୍ରାହି । କେବଳ ଗାଡି ଚାଳକ ନୁହେଁ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ । ହେଲମେଟ ନ ପିନ୍ଧିଲେ ଚାଳକଙ୍କୁ ଦେବାକୁ ପଡିବ ଫାଇନ ।
ଗାଡି ଚାଳକ ଡବଲ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ । ଦୁର୍ଘଟଣା କୁ କମାଇବା ପାଇଁ ନୂଆବର୍ଷରେ କଡାକଡି ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ।ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କୁ ଡିଏଲ ମିଳିଥିବାରୁ ସେମାନଙ୍କ ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋହଳ କରାଯାଇଛି ।
ହେଲମେଟ ନପିନ୍ଧିଲେ ଗାଡି କାଗଜ ପତ୍ର ଯାଞ୍ଚ ହେବ ।କେବଳ ହେଲମେଟ ଚେକିଂ ନୁହେଁ , ମଦ୍ୟପାନ କରି ଗାଡି ଚଳାଇବା , ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଇବା ଲୋକଙ୍କୁ ଆଉ ନିସ୍ତାର ନାହିଁ ।ଏ ସବୁ ଚେକିଂକୁ କଡାକଡି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି ।
ବାଇକ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ ନ ପିନ୍ଧିଥିବେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଚେକିଂ ସମୟରେ ଗାଡିର ଅନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ ।