କଟକ ( ଏଟିଆର ବ୍ୟୁରୋ): ଏବେ କରୋନା ମହାମାରୀ ପାଇଁ ଚାରିଆଡେ ସାନିଟାଇଜର ଓ ମାସ୍କ ଭଳି ଜିନିଷ ଏବେ ବଜାରରେ ନିଅଣ୍ଟିଆ ଦେଖାଦେଇଛି । ସାଧାରଣ ଲୋକଟିଏ ଚଢା ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛି । ମାତ୍ର ପ୍ରାକୃତିକ ବିପର୍ଯ୍ୟୟର ଏହି ଦୁଃଖଦ ସମୟର ରପୁର ଫାଇଦା ଉଠାଇବାକୁ ପ୍ରସ୍ତୁତ ହୋଇ ପଡିଛନ୍ତି କିଛି ଅସାଧୁ ଲୋକ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି କଟକରେ । କଟକର ସିଡିଏ ୧୧ ଅଞ୍ଚଳରୁ ଏକ ନକଲି ସାନିଟାଇଜର କାରଖାନା ଠାବ ହୋଇଛି ।
କଟକ ଡ୍ରଗ୍ସ ଇନନ୍ସପେକ୍ଟର ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ନକଲି କାରଖାନା ଠାବ କରାଯାଇଛି । ଯେଉଁଠାରେ ପ୍ରଚୁର ପରିମାଣରେ ନକଲି ସାନିଟାଇଜର ପ୍ରସ୍ତୁତ କରାଯାଉଥିଲା । ଚଢାଉ ବେଳେ ଏଠାରୁ ଲକ୍ଷାଧିକ ଟଙ୍କାର କେମିକାଲ ଓ ବୋତଲ ଜବତ କରାଯାଇଛି ।