ବଲାଙ୍ଗୀର(ଏଟିଆର ନ୍ୟୁଜ): ଆଜି ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଲୋକାପର୍ଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରତି ଭେଙ୍କେୟା ନାଇଡୁ ଯୋଗ ଦବା କାର୍ଯ୍ୟକ୍ରମ ଥିଲା । ହେଲେ ଖରାପପାଗ ଯୋଗୁଁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ କରାଯାଇଥିଲା । ଯାହା ଫଳରେ ରାଜ୍ୟପାଳ ଗଣେଶୀ ଲାଲ ବଟଲିଂ ପ୍ଲାଣ୍ଟକୁ ଲୋକାପର୍ଣ କରିଛନ୍ତି ।
ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅରୁଣସାହୁ, ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ଥିଲେ । ଏହି ପ୍ଲାଣ୍ଟ ଦ୍ୱାରା ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଉପକୃତ ହେବେ । ଏହି ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିଛି । ୧୦୩ କୋଟି ଟଙ୍କା ବ୍ୟୟରେ ମାତ୍ର ୧୯ ମାସ ମଧ୍ୟରେ ଏହି ପ୍ଲାଣ୍ଟ ଟିକୁ ନିର୍ମିତ କରାଯାଇଛି ।