ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଜଗତ ଜନନୀ ମା’ ଦୂର୍ଗାଙ୍କର ନବମୀ ପୂଜା । ଗତକାଲି ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କର ମହାଷ୍ଟମୀ ପୂଜା ରୀତିନିତୀ ସହ ସମ୍ପର୍ଣ୍ଣ ହୋଇଥିଲା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ସମସ୍ତ ପୂଜାମଣ୍ଡପ ଉତ୍ସବ ମୁଖର ହୋଇ ପଡିଛି । ମା’ଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କୁ ଭିଡ ଜମୁଛି । ଏହି ସମୟରେ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆଜ୍ଞା ହଁ ପ୍ରତ୍ୟେକ ପୂଜା ମଣ୍ଡପରେ ମା’ ଦୂର୍ଗାଙ୍କ ମାଟିରେ ନିର୍ମିତ ପ୍ରତିମୂର୍ତ୍ତି ପୂଜାପାଉଥିବା ବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ପୂଜା ମଣ୍ଡପରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମଣ୍ଡପରେ ପ୍ରଜାପତି ବ୍ରହ୍ମକୁମାରୀ ସଦସ୍ୟମାନେ ଦେବୀ ଦୂର୍ଗା ଓ ମହିଷାସୁର ବେଶରେ ଶୁସଜ୍ଜିତ ହୋଇ ବସିଛନ୍ତି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମା’ଙ୍କର ଏହି ଜୀବନ୍ତ ରୂପକୁ ଦେଖିବା ପାଇଁ ମଣ୍ଡପରେ ଭକ୍ତଙ୍କ ବେଶ୍ ଭିଡ ଜମୁଛି ।