ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ନିୟମ ଭଙ୍ଗ କଲେ ଆଉ ନିସ୍ତାର ନାହିଁ । ସିଧା ସଳଖ ରଦ୍ଦ ହେବ ଲାଇସେନ୍ସ । ସୁପ୍ରିମକୋର୍ଟଙକ ନିର୍ଦ୍ଦେଶ ପରେ ଏନେଇ ସମସ୍ତ ଆରଟିଓକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଯେଉଁଭଳି ଭାବେ ଟ୍ରାଫିକ ନିୟମକୁ ସମସ୍ତେ କଡାକଡି ଭାବେ ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି ।
ଚିଠିରେ ଉଲେଖ ହୋଇଛି କି, ଦ୍ରୁତ ଗତିରେ ଗାଡି ଚଳାଇବା, ବିନା ହେଲମେଟରେ ଗାଡି ଚଳାଇବା, ମଦ ପିଇ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଏହା ଆଇନ ଅନୁଯାୟୀ ଭୁଲ । ସେଥିପାଇଁ ଏଭଳି କରିବା ଦ୍ୱାରା ସିଧା ସଳଖ ଲାଇସେନ୍ସ ରଦ୍ଦ କରାଯିବ ।