ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଶୀତ ଆରମ୍ଭରୁ ରାଜଧାନୀ ଦିଲ୍ଲୀର ଅବସ୍ଥା ସଙ୍ଗୀନ ହେଲାଣି । ଦିନକୁ ଦିନ ଖରାପ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ବାୟୁ ଗୁଣବତ୍ତା ମାନ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ର ସ୍ତର ୯୦୦ ଟପିଛି । ଏହାକୁ ନିୟନ୍ତ୍ରଣ ପାଇଁ କରାଯିବ କୃତ୍ରିମ ବର୍ଷା । ଏନେଇ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।
ସେପଟେ ଦିଲ୍ଲୀରେ ଏତେମାତ୍ରାରେ ବାୟୁ ପ୍ରଦୂଷିତ ହୋଇଛି ଯେ ରାସ୍ତାଘାଟ କିଛି ଦିଶୁନି । ସବୁଠି କୁହୁଡି ପଡିଲା ଭଳି ଭ୍ରମ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି ।