ଗଞ୍ଜାମ (ଏଟିଆର ବ୍ୟୁରୋ): ଘରେ ବିବାହ ପାଇଁ ରାଜି ନହେବାରୁ ପ୍ରେମୀଯୁଗଳ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗରରେ । ସୂଚନା ଅନୁସାରେ ଘଟଣାଟି ଘଟିଛି କବିସୂର୍ଯ୍ୟ ନଗର ସୁନାପଲ୍ଲୀରେ । ଏଠାରେ ପ୍ରେମୀ ଯୁଗଳଙ୍କ ଘରେ ବିବାହ ପାଇଁ ରାଜି ନହେବାରୁ ସେମାନେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ଆଜି ସକାଳେ ଗ୍ରାମରେ ଥିବା ଏକ ଗଛରେ ଉଭୟଙ୍କ ମର ଶରୀର ଝୁଲୁଥିବା ଗ୍ରାମବାସୀମାନେ ଦେଖିଥିଲେ । ଗ୍ରାମବାସୀମାନେ ଏନେଇ କବିସୂର୍ଯ୍ୟନଗର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଉଭୟ ପ୍ରେମ ବିବାହ କରିବାକୁ ଚାହୁଥିଲେ । ଘରଲୋକେ ଏଥିରେ ସମ୍ମତି ନଦେବାରୁ ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।