ଜମ୍ମୁକାଶ୍ମୀର(ଏଟିଆର ବ୍ୟୁରୋ):ଆଜି ଜମ୍ମୁ କାଶ୍ମୀର ଅନ୍ତର୍ଗତ ଗୁଲମାର୍ଗ ଅଞ୍ଚଳରେ ମୃଦୁ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ରିକ୍ଟର ସେଲରେ ଏହା ତୀବ୍ରତା ୩.୫ ରେକର୍ଡ କରାଯାଇଛି । ସକାଳ ପ୍ରାୟ ୪ ଟା ୫୬ ରେ ଏହା ଅନୁଭୂତ ହୋଇଥିଲା । ସୂଚନାଅନୁସାରେ ଜମ୍ମୁ କାଶ୍ମୀର କିଛି ମାସ ପୂର୍ବରୁ ଲଗାତାର ଭାବେ ଭୂକମ୍ପ ଅନୁଭବ ହୋଇଛି । ଏହା ସହ ଏଥିରେ କାହାର କୈାଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି ।
ଏହି ଭୂକମ୍ପର ଉତ୍ପତ୍ତିସ୍ଥଳ ଥିଲା ୩୪.୨୨ ଅକ୍ଷାଂଶ ଏବଂ ୭୩.୬୧ ଦ୍ରାଘିମା ଅନ୍ତର୍ଗତ ଭୂଗର୍ଭର ୩୦ କିଲୋମିଟର ଅଭ୍ୟନ୍ତର । ଏହା ପୂର୍ବରୁ ଜାନୁଆରୀ ୧୯ ରେ ଜମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ଯେଲରେ ଯାହାର ତୀବ୍ରତା ଥିଲା ୩.୬ । କିନ୍ତୁ ଏହି ଭୂକମ୍ପରେ ମଧ୍ୟ କୈାଣସି ଜୀବନ ହାନି ହୋଇନଥିଲା ।