ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଲଦାଖରେ ଆଜି ସକାଳେ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହି ଭୁକମ୍ପର ତୀବ୍ରତା ୩.୬ ରହିଥିବାର ଜଣାପଡିଛି । ଏହି ଭୁକମ୍ପରେ କାହାର କୈାଣସି କ୍ଷୟକ୍ଷତି ହୋଇନଥିବାର ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଲଦାଖରେ ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ଥର ଭୁ କମ୍ପ ଝଟକା ।
ସେହିପରି ଫେବ୍ରୁଆରୀ ୧୭ ରେ ୩.୫ ତୀବ୍ରତା ମୃଦୁ ଭୂକମ୍ପର ଅନୁଭୂତ ହୋଇଥିôବାବେଳେ ଫେବ୍ରୁଆରୀ ୧୩ ତାରିଖରେ ମଧ୍ୟ ଜମ୍ମୁ କାଶ୍ମୀରରେ ଏକ ଧରଣର ଭୁକମ୍ପ ହୋଇଥିଲା । ଏହି ଭୁକମ୍ପରେ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଯାଇଥିôବା ବେଳେ ଅନେକ ଘର ଭାଙ୍ଗି ଭୁଶୁଡି ପଡିଥିଲା ।
୨୦୦୫ ମସିହା ଅକ୍ଟୋବର ମାସରେ ନିୟନ୍ତ୍ରଣ ରେଖାରେ ଉଭୟ ପାଶ୍ୱସ୍ଥ ଅଞ୍ଚଳରେ ଭୁକମ୍ପ କାରଣରୁ ସେଠାରେ ୮୦,୦୦୦ ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା । ରିକ୍ଟର ସେଲରେ ଏହି ଭୂକମ୍ପର ତୀବ୍ରତା ପ୍ରାୟ ୭.୩ ବୋଲି ରେକର୍ଡ କରାଯାଇଥିଲା ।