ଯାଜପୁର (ଏଟିଆର ବ୍ୟୁରୋ): ବଦଳିବ ନଗଡାର ଚିତ୍ର । ନିର୍ମାଣ ହେବ ଇକୋଲଜିଷ୍ଟିକ ପାର୍କ । ଏନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ଅନେକ ସୁଚିନ୍ତିତ ଯୋଜନା ମାନ ଆଣୁଛନ୍ତି । ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ସବୁବେଳେ ପ୍ରଚେଷ୍ଠା କରିଆସୁଛନ୍ତି । ତେବେ ଆଜି ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନଗଡା ଗ୍ରସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଅନେକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ସୂଚନାନୁସାରେ , ଆଜି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଳନଗଡା ଗ୍ରସ୍ତ କରିଥିଲେ ଗ୍ରସ୍ତ ସମୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରଛନ୍ତି । ୩ ନଗଡାକୁ ନଦୀରୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ । ସେହିପରି ସ୍ଥାନୀୟ ଲୋକ କିପରି ନିଯୁକ୍ତିଶୀଳ ହୋଇପାରିବେ ସେଥିପାଇଁ ପ୍ରତି ପରିବାରକୁ ମହୁଚାଷ ପାଇଁ ୫ଟି ପ୍ରୋଜେକ୍ଟ ଯୋଗାଇଦିଆଯିବ ଓ ନଗଡାରେ ନିର୍ମାଣ ହେବ ଇକୋଲଜିଷ୍ଟିକ ପାର୍କ । ଏହିସବୁ ଯୋଜନା କାର୍ଯ୍ୟକାରୀ କରି ନଗଡାର ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୁକିନ୍ଦାରେ ଡିଏମଏଫ ଫଣ୍ଡର ସୁବିନିଯୋଗ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।