ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରି ପଡିଲା ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଘଟଣା । ତାହା ପୁଣି ଥାନା ଭିତରେ ପଶି । ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁର ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ପୋଲିସ ଗିରଫ କରିଛି । ଗତକାଲି ରାତି ସାଢେ ୯ଟା ବେଳେ ମଙ୍ଗୁଳି ଗେଟ୍ ନିକଟରୁ ତାଙ୍କୁ ଗିରଫ କରାଯାଇଛି ।
ଖବରମୁତାବକ, ଗତ ସେପ୍ଟେମ୍ବର ୬ ତାରିଖରେ ଘସିପୁରା ପୌର ପରିଷଦ ଉପାଦକ୍ଷ ସୁରେଶ ସାହୁଙ୍କ ଗାଡି ଉପରକୁ ଢେଲା ମାରିଥିଲେ ଦେବାଶିଷଙ୍କ ସହଯୋଗୀ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାସ୍ଥଳରୁ ପୋଲିସ ଦେବାଶିଷଙ୍କ ସହଯୋଗୀଙ୍କ ମଧ୍ୟରୁ କିଛି ଲୋକଙ୍କୁ ଗିରଫ କରିନେଇଥିଲା ।
ଘଟଣାସ୍ଥଳରେ ଦେବାଶିଷ ଉପସ୍ଥିତ ନଥିଲେ ମଧ୍ୟ ପରମୁହୂର୍ତ୍ତରେ ସେ ଖବର ପାଇ ରାମଚନ୍ଦ୍ରପୁର ଥାନାରେ ପଶି କୌଣସି ବୁଝା ସୁଝା ନକରି କାର୍ଯରତ ପୋଲିସ ବାବୁଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ ।