ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୁଜୁରାତି ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୁର ହୋଇଥାଏ । ଖାଦ୍ୟ ଭଲ ଭାବେ ହଜମ କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ ।ନିୟମିତ ସକାଳୁ ଗୁଜୁରାତି ସିଝାଇ ଏହାର ପାଣି ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୁର ହୋଇଥାଏ ।
ଗୁଜୁରାତିରେ ରହିଛି ଆଣ୍ଟି-ଅକ୍ସିଡାଣ୍ଟ ।ଯାହା ସ୍ୱାସ୍ଥ୍ୟ ପାଇଁ ଲାଭସାୟକ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଗୁଜୁରାତି ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କୁ ଅଧିକ ଥଣ୍ଡା ଲାଗୁରହିଥାଏ ।ତେବେ ଆପଣ ନିୟମିତ ରାତିରେ ଗୁଜୁରାତି ଖାଇ ପାଣି ପିଅନ୍ତୁ । ଏହା ଦ୍ୱାରା ଖୁବ୍ ଲାଭ ମିଳିଥାଏ ।
ସେହିପରି ତ୍ୱଚାରେ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ଉଜ୍ୱଳ କରିଥାଏ । କଞ୍ଚା ହଳଦୀ ଖାଇବା ଦ୍ୱାରା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ । ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ ।ହଳଦୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ା ସହ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣ ରୁ ରକ୍ଷା କରିଥାଏ ।