ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା କାରଣରୁ ପ୍ରଥମ ଦିନରେ କଟିଲା ୧୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍ । ସେସୁ ପକ୍ଷରୁ ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ଶେଷ ସମୟ ସୀମା ଦିଆଯାଇଥିବା ବେଳେ ଯେଉଁ ଉପଭୋକ୍ତା ବିଦ୍ୟୁତ ବିଲ ବୈଠ କରିନଥିଲେ ସେମାନଙ୍କର ବିଦ୍ୟୁତ କାଟ ହୋଇଛି । ପ୍ରଥମ ଦିନରେ ୧୫୪୫ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହେବା ସହ ୫କୋଟି ୩୮ଲକ୍ଷ ଟଙ୍କା ବିଦ୍ୟୁତ ବିଲ ଆଦାୟ ହୋଇଛି ।
ତେବେ କଟକରେ ସର୍ବାଧିକ ୪୭୭ଜଣ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୫୧ହଜାର ଗ୍ରାହକଙ୍କ ଉପରେ ୮୦କୋଟି ଟଙ୍କା ବିଦ୍ୟୁତ ବିଲ ବାକି ଥିବା ସେସୁ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅପରପକ୍ଷରେ ବିଲ ପୈଠ କରିବା ନିମନ୍ତେ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ଦେଖିବାକୁ ମିଳୁଛି ଭିଡ । ସେସୁ ପକ୍ଷରୁ ୯ଟି ଜିଲ୍ଲାରେ ୪୧୩ଟି ସ୍କାର୍ଡ ଗଠନ କରାଯାଇଛି । ତେବେ ହେଉଥିବା ବିଦ୍ୟୁତ କାଟ ଏକାଦିକ୍ରମେ ନହୋଇ ବଂର ୩ଟି ପର୍ଯ୍ୟାୟରେ ଲାଇନ କାଟ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ବକେୟା ରଖିଥିବା କମର୍ସିଆଲ ସଂସ୍ଥାର ଲାଇନ କଟାଯାଉଛି । ସେହିପରି ଘରୋଇ ଉପଭୋକ୍ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ର୍ଟାଗେଟ କରାଯିବ । ଖାଲି ସେତି କି ନୁହେଁ ବକେୟା ରଖିଥିବା ବିତ୍ତଶାଳୀ ଘରୋଇ ଉପଭୋକ୍ତାଙ୍କର ମଧ୍ୟ ବିଦ୍ୟୁତ କାଟ ହେବ ।
ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ବର୍ଷ ବର୍ଷ ଧରି ବକେୟା ରଖିଥିବା ଉପଭୋକ୍ତାଙ୍କର ବିଦ୍ୟୁତ କାଟ କରାଯିବ ବୋଲି ଜଣାପଡିଛି । ୧୧, ୩୯୭ ବିଦ୍ୟୁତ ବିଲ ପୈଠ କରିନଥିବା ଗାଁରେ ଲାଇନ କାଟ ହେବ । ସେହିଭଳି ୫୯୬୫ ସରକାରୀ ଅନୁଷ୍ଠାନ ମଧ୍ୟ ସେମାନଙ୍କର ବିଦ୍ୟୁତ ବିଲ ପୈଠ କରିନଥିବାରୁ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟ ହେବ । ସରକାରୀ ଅନୁଷ୍ଠାନ ଉପରେ ୬୪କୋଟି ୩୬ଲକ୍ଷ ଟଙ୍କା ବାକିରହିଥିବା ବେଳେ ସରକାର ମାର୍ଚ୍ଚମାସ ସୁଦ୍ଧା ବିଦ୍ୟୁତ ବିଲ ପୈଠ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି ।