ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲକ୍ଷାଧିକ ବିଦ୍ୟୁତ ବିଲ ବାକିଥିବା କାରଣରୁ ବନ୍ଦ ହେବ ବିଦ୍ୟୁତ ସେବା । ୧୧, ୩୯୭ ଗାଁରେ ବିଦ୍ୟୁତ ସେବା ହେବ ବନ୍ଦ । ଉପଭୋକ୍ତା ମାନେ ବିଦ୍ୟୁତ ବିଲ ପୈଠ କରିନଥିବାରୁ କଟିବ ବିଦ୍ୟୁତ ସେବା । ସେଥିପାଇଁ ଗାଁଗୁଡିକରେ ବିଦ୍ୟୁତ ସେବା କଟା ଯିବ । ଏନେଇ ସେସୁ ସିଇଓ ଅରୁଣ ବ୍ରୋଥ୍ରା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ବକାୟା ବିଲ ପୈଠ ହୋଇନାହିଁ ତେଣୁ ୧୨ଜାନୁଆରୀରୁ ସେସୁ ବିଦ୍ୟୁ କାଟ ଆରମ୍ଭ କରିବ ।
ଏପର୍ଯ୍ୟନ୍ତ ୭ଲକ୍ଷ ଗ୍ରାହକଙ୍କର ମଧ୍ୟରୁ ୧.୧୦ଲକ୍ଷ ଲୋକ ବିଦ୍ୟୁତ ବିଲ ପୈଠ କରିଛନ୍ତି । ବକେୟା ଥିବା ୧୯୭୧କୋଟିରୁ ମାତ୍ର ୨୧କୋଟି ଟଙ୍କା ଆଦାୟ ହୋଇଛି । ତେବେ ବିଦ୍ୟୁତ କାଟ ନିମନ୍ତେ ୧୧, ୩୯୭ଟି ଗାଁ ଚିହ୍ନଟ ହୋଇସାରିଛି । ସେପଟେ ବିଦ୍ୟୁତ କାଟ ନିମନ୍ତେ ୪୩୧ଟି ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇଛି । ତେବେ ଉପଭୋକ୍ତା ମାନଙ୍କୁ ଜାନୁଆରୀ ୧୫ ତାରିଖ ଯାଏଁ ବିଲ ବୈଠ କରିବା ପାଇଁ ସମୟ ଦିଆଯାଇଛି । ଯଦି ୧୫ ତାରିଖ ଭିତରେ ଉପୋଭକ୍ତା ମାନେ ବକେୟା ବିଲ ପୈଠ ନକଲେ ତେବେ ନିଶ୍ଚିତ ଭାବରେ ବିଦ୍ୟୁତ କାଟ ହେବ । ସମସ୍ତ ସରକାରୀ ଓ ଘରୋଇ ଗ୍ରାହକଙ୍କୁ ନୋଟିସ କରିଦିଆଯାଇଛି ।
ତେବେ ୫୯୬୫ ସରକାରୀ ଅନୁଷ୍ଠାନ ବକେୟା ରହିଛି ଯାହା କି ୬୪ କୋଟି ୩୬ ଲକ୍ଷ ଟଙ୍କା ହେବ ।ସରକାର ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ ବକେୟା ମାର୍ଚ୍ଚ ସୁଦ୍ଧା ପୈଠ କରିବେ । ଗୁଣାତ୍ମକମାନର ବିଦ୍ୟୁତ ସେବା ପହଞ୍ଚାଇବା ଅର୍ଥ ଦରକାର ହେଉଥିବା ବେଳେ ସେସୁ ପାଖରେ ଅର୍ଥ ନାହିଁ । ତେଣୁ ସମସ୍ତ ଖାଉଟିଙ୍କୁ ବିଲ ପୈଠ କରିବା ପାଇଁ ଅନୁରୋଧ କରାଯାଇଛି । ତେବେ ଯେଉଁମାନେ ବିଦ୍ୟୁତ ବିଲ ଭରି ନାହାଁନ୍ତି ସେମାନଙ୍କ ପାଇଁ ଜାନୁଆରୀ ୧୫ ଯାଏଁ ମହଲତ ଦିଆଯାଇଛି । ସବୁ ପରେ ବି ଯଦି ଉପଭୋକ୍ତା ବିଦ୍ୟୁତ ବିଲ ପୈଠ ନ କରିବେ ତେବେ ଜାନୁଆରୀ ୧୬ରୁ ଲାଇନ କଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଥିଲେ ।