ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୁଣି ମାତିଲେ ଗଜରାଜ । ଆତଙ୍କ ଖୋଳାଇ ଦେଲେ ଲୋକଙ୍କ ମନରେ । ଏଭଳି ଆତଙ୍କ ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୈାଦ୍ୱାର ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗୀରି ଅଞ୍ଚଳରେ । ଚୈାଦ୍ୱାର ବ୍ଳକର ଡାଳିଆମଡା ବନଖତ୍ପରେ ଯାଉଥିବା ବାଣିପଦା ପଞ୍ଚାୟତର ବନ୍ଦାଳ,ଛତିଆପାଟ,ନୂଆଗାଁ ଆଦି ଅଞ୍ଚଳରେ ୨୦ଟ ପସିଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀ ପଲ ଏବେ ଆଠଗଡ ବନଖଣ୍ଡ ମୁହାଁ ହୋଇଛନ୍ତି । କିନ୍ତୁ ବନବିଭାଗର କୈାଣସି କର୍ମଚାରୀ ହାତୀଙ୍କୁ ଘଉଡାବା ପାଇଁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।
ସେହିପରି ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୭୫ରୁ ଅଧିକ ହାତୀପଲ ନୀଳଗିରି ଆଡକୁ ଦୁଇ ପୃଥକ ଦଳରେ ଆସୁଥିବା ଜଣାପଡିଛି। ଗୋଟିଏ ପଲରେ ୪୦ରୁ ଉର୍ଦ୍ଧ ହାତୀ ମୟୂରଭଞ୍ଜ ସୀମାନ୍ତ ପଶ୍ଚିମବଙ୍ଗ କାଶିଆ ଜଙ୍ଗଲରେ ଥିବାବେଳେ ଅନ୍ୟ ପଲରେ ୩୪ଟି ହାତୀ ନୀଳଗିରି ସୀମାନ୍ତ ଅସନବଣି ଜଙ୍ଗଲରେ ରହିଥିଲେ। ଗତକାଲି ରାତିରେ ହାତୀପଲ ଜଙ୍ଗଲରୁ ବାହାରି ନଖରା ପୋଲ ପାରହୋଇ ଥିଲେ। ପରେ ଦୁର୍ଗାଦେବୀ ଦେଇ ସୋନନଦୀ ଦେଇ କାଠପାଳ ପାରହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପସିଛନ୍ତି। କିନ୍ତୁ ଏହି ହାତୀ ପଲ ଏଠାରେ ମଧ୍ୟ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ପରେ ବନବିଭାଗର କର୍ମଚାରୀ ଖବର ପାଇବା ପରେ ଆସି ଏହି ହାତୀପଲଙ୍କୁ ଘଉଡାଇଛନ୍ତି ।