ବାରଙ୍ଗ(ଏଟିଆର ବ୍ୟୁରୋ):ଗତକିଛି ଦିନ ହେବ ଏକ ଦନ୍ତା ହାତୀ ଯାଜପୁର ଜିଲ୍ଲା ରେ ଆତଙ୍କ ସୃଷ୍ଟି କରିଥିଲା । ଏହା ସହ ଚାରିଜଣଙ୍କ ଜୀବନ ନେଇଥିଲା ଏହି ହନ୍ତା ହାତୀ । ତେବେ ଏହାକୁ ନେଇ ସୋମବାର ଦିନ ସ୍ଥାନୀୟ ଲୋକ ମାନେ ରାଜରାସ୍ତା ଅବରୋଧ କରିବା ସହ ପୋଲିସକୁ ଅଟକାଇ ମଧ୍ୟ ଦେଇଥିଲେ । ସୂଚନା ଅନୁସାରେ ଏହି ଦନ୍ତା ହାତୀକୁ ଧରିବା ପାଇଁ ସୋମବାର ଦିନ ରାତିରେ ବନ ବିଭାଗ ଦାନଗଦି ବକ୍ଲ କଣ୍ଟିପୁର ଜଙ୍ଗଲରେ ଜଗି ରହିଥିଲା । ବହୁ ପରିଶ୍ରମ ପରେ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି ହାତୀକୁ କାବୁ କରିବାରେ ସଫଳ ହୋଇଥିଲା ।
କାଲି ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ କଡା ସୁରକ୍ଷାରେ କଟକ ଡାଲିଯୋଡା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଥିଲା । ହେଲେ ସେଠାରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାରୁ ହତୀକୁ ଗୋଡିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା । ସେଠାରେ ଚନ୍ଦକା ବନ ବିଭାଗ କର୍ମଚାରୀମାନେ ଦନ୍ତା ଦାତୀକୁ ଜଗିରହିଛନ୍ତି । ସୂଚନା ଯୋଗ୍ୟ ଥାଉକି ଡମପଡା ଅଭାରଣ୍ୟରେ ପୂର୍ବରୁ ଶଙ୍କର ନାମକ ଏକ ଦନ୍ତା ହାତୀ ରହିଛି ।