କଳାହାଣ୍ଡି(ଏଟିଆର ବ୍ୟୁରୋ):ଆଜି କଳାହାଣ୍ଡି ଗସ୍ତରେ ଯିବେ କେନ୍ଦୀୟ ପ୍ରତିନିଧି ଦଳ । କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ଟି ହାତୀ ମୃତ୍ୟୁ ଘଟଣା ଅନୁଧ୍ୟାନ କରିବା ପାଇଁ ୪ ଜଣିଆ ଟିମ କଳାହାଣ୍ଡିରେ ପହଞ୍ଚିବେ । ଏହି ଟିମରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ବାଇଲ୍ଡ ଲାଇଫ, ଡଃ.ପି.ପି ପଣ୍ଡା କୋର୍ଡିନେଟର ନ୍ୟାସନାଲ ଏଲିଫ୍ୟାଣ୍ଟ ସେଣ୍ଟର, ପ୍ରଫେସର ଡଃ. ନିରଞ୍ଜନ ସାହୁ, ସେଣ୍ଟର ଓ୍ବାଇଲ୍ଡ ଲାଇଫ୍, ଓଡ଼ିଶା, ପଦ୍ମଶ୍ରୀ ଡଃ.କେକେ ଶର୍ମା ରହିବେ ।
ହାତୀ ମୃତ୍ୟୁର କାରଣ ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଟିମ ଓ ପଶୁ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସାହାଣ ଭୁତାଣୁ ସଂକ୍ରମଣ ବୋଲି ସ୍ପଷ୍ଟ କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁର ମୃତ ଦେହରୁ ହାତୀକୁ ବ୍ୟାପିଥିବା ବିଶେଷଜ୍ଞ ପ୍ରକାଶ କରିଥିଲେ । କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀର ମୃତ୍ୟୁ ଗଜରାଜ ସଂକଟକୁ ନେଇ ଦେଶରେ ଚିନ୍ତା ବଢାଇ ଦେଇଛି।