ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । କିଏ ଦଳରୁ ତଡା ଖାଇଛି ତ ଆଉ କିଏ ନୂଆ ପ୍ରାର୍ଥୀ ଆସି ଦଳରେ ଯୋଗ ଦେଉଛି । ନିଜ ଦଳକୁ ଦୃଢ଼ କରିବା ପାଇଁ କିଏ ଅଲଗା ଦଳର ନେତାକୁ ମନ୍ତ୍ରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଦଳରେ ମିଶାଉଛି ତ ଆଉ କିଏ ଲୋକଙ୍କ ତଣ୍ଟି ଚିପି ରଖିଥିବା କଳାଧନକୁ ପାର୍ଟିକୁ ସାହାର୍ଯ୍ୟ କରି ଟିକେଟ ହାତେଇବା ପାଇଁ ପ୍ରାୟସ କରୁଛି । ରାଜ୍ୟ ରାଜନୀତିରେ ଏଭଳି ଚାଲୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କିଛି ଦିନ ହେବ ଶାସକ ବିଜେଡି ଦଳରେ ମିଶ୍ରଣ ପର୍ବ ଜାରି ରହିଛି । ଆଜି ପୁଣି ଜଣେ ପ୍ରମୁଖ ନେତା ବିଜେଡିରେ ଯୋଗ ଦେଇଛନ୍ତି ।
ପାରଳା ରାଣୀ କଲ୍ୟାଣୀ ଦେବୀ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି। ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଥିଲେ।ଏହାପରେ ସେ ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଭାବରେ ନେତାଙ୍କ ଦଳରେ ସାମିଲ ହେବା ଫଳରେ ଦଳ ଆହୁରି ସକ୍ରିୟ ହେବ ବୋଲି ସୂଚନା ଦେଇଛନ୍ତି ଦଳ ସୁପ୍ରିମୋ । ସମଗ୍ର ରାଜ୍ୟରେ ଜନ ସାଧାରଣ ବିଜେଡି ଉପରେ ଭରଷା ରଖିଛନ୍ତି ଏବଂ ଆଗାମି ଦିନରେ ମଧ୍ୟ ରହିବ ବୋଲି କହିଛନ୍ତି ବିଜେଡି ହାଇକମାଣ୍ଡୋ ।
ପୂର୍ବରୁ ସେ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା ହୋଇଥିବା ବେଳେ ମଙ୍ଗଳବାର ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି। ରାଣୀଙ୍କ ନିକଟତମ ବ୍ୟକ୍ତି ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ୨୬ ତାରିଖରେ ୩୦୦ ସମର୍ଥକଙ୍କ ସହ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ନବୀନ ନିବାସକୁ ଯାଇ ବିଜେଡିରେ ଯୋଗଦେବେ।ବିଜେଡିରେ ଯୋଗ ଦେବାକୁ ନେଇ କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା