ବାଲେଶ୍ୱର (ଏଟିଆର ବ୍ୟୁରୋ) ; ହାତୀ ଏବଂ ମଣିଷଙ୍କ ମଧ୍ୟରେ ଲାଗିଛି ଲଢ଼େଇ । ରାତି ତମାମ ଲାଗିଥିଲା ଏହି ଖଣ୍ଡଯୁଦ୍ଧ । ବିଶ୍ୱାସ ନ ନେଲେ ବି କଥାଟି ସତ । ତେବେ ଏଭଳି ଏକ ସଙ୍ଘର୍ଷ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ୫ ଦିନ ଧରି ଝାଡଖଣ୍ଡରୁ ଆସିଥିବା ୩୪ଟି ହାତୀ ପଲ ନୀଳଗିରି ପାଖାପାଖି ଥିବା ଗୋପାଳପୁର,ଜଙ୍ଗିବାଲି,ଆନନ୍ଦପୁର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲେ । ଏହି ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ରେ ଚାଷୀ । ତେବେ ବନ ବିଭାଗର କର୍ମଚାରୀ ଖବର ପାଇବା ପରେ ଗତ କାଲି ରାତିରେ ଏହି ଅଞ୍ଚକୁ ଆସି ନିଆଁ ଜାଳି ବାଣ ଫୁଟାଇ ହାତୀ ପଲଙ୍କୁ ବାଲେଶ୍ୱର ସୀମା ପାର କରାଇ ଦେଇଛନ୍ତି ।
ପ୍ରତି ବର୍ଷ ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥାନ୍ତି । ଯାହାଫଳରେ ଭୟଭୀତ ହୋଇଯାଇଥାନ୍ତି ଲୋକ । ଏଣୁ ବାଧ୍ୟ ହୋଇ ଲୋକ ହାତୀମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥାନ୍ତି । ମାତ୍ର ଅଧିକାଂଶ ସମୟରେ ହାତୀମାନେ ହିଂସ୍ର ହୋଇ ଲୋକଙ୍କ ଉପରକୁ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି । କେତେକ ସମୟରେ ହାତୀଙ୍କ ପାଇଁ ରାସ୍ତା ବନ୍ଦ ହୋଇ ରହିଥାଏ । ଯାହା ଫଳରେ ଲୋକ ମାନେ ଏହି ହାତୀଙ୍କୁ ଘଉଡାଇବାକୁ ଚେଷ୍ଟାକରିଥାନ୍ତି । ଯଦି ଏହି ହାତୀମାନେ ନଶୁଣନ୍ତି ତେବେ ଲୋକମାନେ ବାଧ୍ୟ ହୋଇ ହାତୀ ଉପରକୁ ଆକ୍ରମଣ କରିଥାନ୍ତି । ହାତୀ ଏବଂ ମଣିଷ ମଧ୍ୟରେ ଲଢ଼େଇ ସବୁବେଳେ ଲାଗି ରହିଛି ।