ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କରୋନା ଆକ୍ରାନ୍ତ ହୋଉଥିବା ବ୍ୟକ୍ତି ମାନଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଦିନ ରାତି ଏକ କରି କାମ କରୁଛନ୍ତି । ତେବେ ଏହାରି ଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କରୋନା ଆକ୍ରାନ୍ତ ହୋବାର ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ପ୍ରତି ୧୫ ଦିନରେ ଥରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ରିପୋର୍ଟ ପଜେଟିଭ ଆସିବ ତେବେ ସେ ଆଇସୋଲେସନରେ ରହିବେ । ଆଉ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ସେ ପୁଣି କର୍ମକ୍ଷେତ୍ରକୁ ଫେରିବେ ବୋଲି ଜଣା ପଡିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇଟି ହଟ୍ ସ୍ପଟ୍ ଜିଲ୍ଲା ମାନଙ୍କରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବ । ଏହା ସହ ସଫେଇ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ସେହିପରି ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ସ୍ୱାବ୍ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟ ପଟେ ଯେଉଁ ଜିଲ୍ଲା ଗୁଡିକ ହଟ୍ ସ୍ପଟ୍ ରେ ନାହିଁ ସେଠାରେ ମଧ୍ୟ ଟେଷ୍ଟ କରାଯିବ । ସେଠାରେ ପ୍ରତି ୧୦ହଜାରରେ ଜଣଙ୍କର ସ୍ୱାବ୍ ଟେଷ୍ଟ କରାଯିବ ବୋଲି ସୂଚନା ରହିଛି ।