ପୁରୀ(ଏଟିଆର ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ୍ୟ କରାଯିବା ପାଇଁ ରାଜ୍ୟ ସରକାର ପୁରୀର ବିଭିନ୍ନ ଜାଗାରେ ଉଚ୍ଛେଦ ପ୍ରକ୍ରିୟା କରୁଛନ୍ତି । ତେବେ ପୂର୍ବରୁ ଶ୍ରୀମନ୍ଦିର ଚାରିପଟେ ଥିବା ଦୋକାନ ଓ ମଠ ଗୁଡିକ ଭଙ୍ଗା ଯାଇଛି । ଆଜି ମୋଚିସାହିରେ ଥିବା ମହୋଦଧି ମାର୍କେଟ କମ୍ପେ୍ଲକ୍ସକୁ ଉଚ୍ଛେଦ କରାଯାଉଛି । ୧୯୬୮ ମସିହାରେ ଏହି ମାର୍କେଟ କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ଏହି ମାର୍କେଟ କମ୍ପେ୍ଲକ୍ସ ଥିବାରୁ ଏହାକୁ ପୁରୀ ପ୍ରସାଶନ ପକ୍ଷରୁ ଭଙ୍ଗା ଯାଉଛି । ଏଠାରେ ୫୮ ଟି ଦୋକାନ ଘର ଥିଲା । ପୁରୀ ପ୍ରସାଶନ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ନୋଟିସ ଅନୁସାରେ ସମସ୍ତ ଦୋକାନ ଘରକୁ ୧୪ ତାରିଖ ସୁଦ୍ଧା ଖାଲି କରାଯାଇଥିଲା ।
ବିସ୍ଥାପିତ ମାନଙ୍କୁ ଥଇଥାନର ପ୍ରତିଶୃତିି ଦେଇ ଏଠାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମବାୟ ସଂସ୍ଥା ସହଯୋଗରେ ଏଠାରେ ରାସନ ସାମଗ୍ରୀ ଉପଲବ୍ଧ ହେଉଥିଲା । ଏହି ମାର୍କେଟକୁ ଭଙ୍ଗାଯାଇ ବହୁତଳ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ତିଆରି କରାଯିବାର ଲକ୍ଷ୍ୟ ରହିଛି । ଏହା ସହ ଏଠାରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ । ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉଚ୍ଛେଦ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।