ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଭୋଟ ମହାକୁମ୍ଭର ପ୍ରଥମ ଦିନ । ପ୍ରଥମେ ଦିନରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ । ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ପାଇଁ ଆସିଥିବା ଇଭିଇଏମ୍ ଅଚଳ ହୋଇଛି । ଯାହାକୁ ନେଇ ଭୋଟର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରା ପ୍ରବଳ ହେଉଥିବାରୁ ସକାଳୁ ଇଭିଏମ୍ ଖରାପ ମତଦାତାଙ୍କୁ ଅକଳରେ ରେ ପକାଇଛି । ମାଲକାନଗିରିରେ ୩ଟି ମେସିନ କାମ କରୁ ନଥିବା ବେଳେ । ସେହିଭଳି ଚିତ୍ରକୋଣ୍ଡାରେ ବୁଥ୍ ନଂ ୨୧୧, ୨୧୩ ରେ ମଧ୍ୟ ଇଭିଏମ୍ କାମ କରୁନଥିବାର ସୂଚନା ମିଳିଛି ।
ବ୍ରହ୍ମପୁର – ୧୨୧ ନଠ ବୁଥରେ ମଧ୍ୟ ଭୋଟ ମେସିନ ଠିକ କାମ କରୁନାହିଁ । ସେହିଭଳି ପାରଳା ଖେମୁଣ୍ଡି ଯାଜପୁର ଗାଁରେ ୧୯୧ ବୁଥରେ ବି ମେସିନ କାମ କରୁନି । କୋରାପୁଟ ଲକ୍ଷ୍ମୀପୁର ବ୍ଲକରେ ୫୧ ନଂ ବୁଥରେ ବିଧାନସଭା ପାଇଁ ଆସିଥିବା ଇଭିଏମ କାମ କରୁନି । ରାୟଗଡା ବିଷମକଟକରେ ୧୭୬ ନଠ ବୁଥରେ ଇଭିଏମ ଖରାପଥିବା ଜଣାଯାଇଛି । ସେହଭଳି କାଲିମେଳା ବ୍ଲକରେ ମଧ୍ୟ ୪ ଟି ବୁଥ ଖରାପ ଥିବା ସୂଚନା ରହିଛି ।
ରାୟଗଡା କାଶିପୁର ବ୍ଲକ ଗୋଡବାଲି ୟୁପି ସ୍କୁଲରେ ଇଭିଏମ ଅଚଳ ରହିଛି । ଏହାକୁ ସଜାଡିବାରେ ବିଳମ୍ବ ହେବାରୁ ଭୋଟର ପେରି ଯାଇଛନ୍ତି । ଓଡିଶାରେ ଆଜି ୪ ଲୋକସଭା ଆସନ ଓ ୨୮ ଟି ବିଧାନସଭା ପାଇଁ ସେମାନଙ୍କ ମୂଲ୍ୟବାନ ମତ ଦେବେ । ସେଇଭଳି ଛତିଶଗଡର ନରାୟଣପୁରରେ ମତଦାନ କର୍ମୀଙ୍କୁ ବାରୁଦ ବିଷ୍ପୋରଣ କରିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସୁରକ୍ଷା କର୍ମୀ ମତଦାନ କର୍ମାଙ୍କୁ ଅନ୍ୟରାସ୍ତାରେ ନେଇ ଯିବାରୁ ନକ୍ସଲ ଏଥିରେ ଅସଫଳ ହୋଇଛନ୍ତି ।