ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ହେଲେ କରୋନା ପଜିଟିଭ ।ଏନେଇ ନିଜେ ଦିଲ୍ଲୀପ ରାୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ଭଲ ଅଛି । କୈାଣସି ଚିନ୍ତା କରିବାର କାରଣ ନାହିଁ ।ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ଏବେ ସୁସ୍ଥ ଅଛି ।ଏବଂ ସେ ଏହା ମଧ୍ୟ କହିଛନ୍ତି ଏହି ଭୂତାଣୁ ସଂକ୍ରମଣକୁ କେହି ହାଲକାରେ ନିଅନ୍ତୁ ନାହିଁ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୯ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୦୮୦ ରହିଥିବା ବେଳେ ୭୫୩ ଜଣ ଚିକିତ୍ସିତ ହୋଇଛନ୍ତି । ସମ୍ବଲପୁରରୁ ସର୍ବାଧିକ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମହାମାରୀ ସଂକ୍ରମଣର ପ୍ରାରମ୍ଭିକ ସମୟରୁ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସମେତ ଅନ୍ୟାନ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ପଦକ୍ଷେପ, ଅଦା-ରସୁଣ ପାଣି ପିଇବା ଭଳି ଅନେକ ସତର୍କତାମୂଳକ ପଦକ୍ଷେପ ନେଇଥିଲି। କିନ୍ତୁ, ସମୟକ୍ରମେ ମୁଁ ଏହି ଭୂତାଣୁଜନିତ ବିପଦ ପ୍ରତି ବେପରୁଆ ହୋଇଗଲି। ସମ୍ଭବତଃ ମତେ ତାହାର ପ୍ରତିଫଳ ଭୋଗିବାକୁ ପଡ଼ିଛି।