ଭଦ୍ରକ (ଏଟିଆର ବ୍ୟୁରୋ): ଉଛୁଳିଲା ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀ । ଉଲଙ୍ଗ ପଞ୍ଚାୟତ ଗୋବିନ୍ଦପୁରରେ ଆପ୍ରୋଚ ରୋଡ ଧସି ହୋଇଯାଇଛି । ଫଳରେ ୪ ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।
ଲଗାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ପାଣି ଉବୁଟୁବୁ । ଗତକାଲି ହ୍ରଦଗଡ ଡ୍ୟାମରୁ ପାଣି ଛଡା ଯାଇଥିଲା । ପାଣି ଅଧିକ ହେବା ଯୋଗୁଁ ରୋଡ ଧସି ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବ ଅସୁବିଧାର ସମୁଖୀନ ହୋଇଛନ୍ତି ।