ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରି ଚର୍ଚ୍ଚାରେ ରହିଥିବା ପୁଷ୍ପଲତା ପଣ୍ଡା ଓରଫ ରାନୀଙ୍କୁ ଦୁଇ ଦିନ ମଧ୍ୟରେ ରାତି କଟାଇବା ପାଇଁ ବହୁ କଲ ଆସିଥିବା ସେ ଅଭିଯୋଗ କରିଛନ୍ତି । ରାତିକ ପାଇଁ ତାଙ୍କୁ ୨ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ଅଫର ଦେଇଛନ୍ତି କିଛି ବରିଷ୍ଠ ବ୍ୟକ୍ତି । ଏମିତିକି କିଛି ମଠରୁ ମଧ୍ୟ ତାଙ୍କୁ ଅଫର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଅସୁବିଧାର ସମୁଖୀନ ହେବାର ମୁଖ୍ୟ କାରଣ ହେଉଛି କେହି ଅସଭ୍ୟ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ ମାରି ସେଥିରେ ରାନୀଙ୍କ ଫଟୋକୁ ଉଲଗ୍ନ କରି ଏଡିଟି କରିବା ସହିତ ତାଙ୍କ ଫୋନ ନମ୍ବର ମଧ୍ୟ ଦେଇ ଦେଇଛି । ଏଣୁ ତାଙ୍କ ପାଖକୁ ଦୁଇ ଦିନ ମଧ୍ୟ ଶତାଧିକ ଫୋନ ଆସିବା ସହିତ ରାତି ବିତାଇବା ପାଇଁ ଅଫର ଆସିଛି ।
ରାନୀଙ୍କ ଫେସବୁକ ଆକାଉଣ୍ଟରେ ଲେଖା ଯାଇଛି କି କଲ ଫର ସେକ୍ସ । ଏବଂ କେତେକ ପର୍ଣ୍ଣଷ୍ଟାରଙ୍କ ଦେହରେ ରାନୀଙ୍କ ମୁହଁକୁ ଲଗାଇ ମଧ୍ୟ ପୋଷ୍ଟ କରାଯାଇଥିଲା । ଏଣୁ ଯାତ୍ରାରେ ତାଙ୍କର ଅଧା ଅଙ୍ଗ ଦେଖିଥିବା ଲୋକ ପୂରା ଦେହ ଦେଖିବା ସହିତ ଖେଳ କରିବାର ଇଛା ରଖି ଫୋନ କରିଥିଲେ । ଫେସବୁକରେ ତାଙ୍କ ନାମକୁ ହଟାଇ ସେଠାରେ ଲେଖାଯାଇଛି କି ସାଗରିକା ମହାନ୍ତି (ଜ୍ୟୋତି) ଏହି ଆଇଡିରେ ତାଙ୍କର ମୁହଁ ସହିତ ଅଲଗା ପର୍ଣ୍ଣ ଷ୍ଟାରଙ୍କ ଦେହ ଯୋଡି ପ୍ରୋଫାଇଲ ଫଟୋ ମଧ୍ୟ ଦିଆଯାଇଥିଲା । ତେବେ ରାନୀ ଏତେ ସବୁ ଅସୁବିଧାର ସମୁଖୀନ ହେବା ପରେ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପାଇଁ ବାହାରିଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ପୁରୁଣା ଫଟୋ ଜାଗାରେ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇଥିଲା ।
ତେବେ ରାନୀ ଅଭିଯୋଗ କରିଛନ୍ତି କି ଏହି ହ୍ୟାକ ପାଇଁ ତାଙ୍କୁ ଦୁଇ ଦିନ ଧରି ବହୁ ଅସୁବିଧାର ସମୁଖୀନ ହେବାକୁ ପଡିଛି । ଏଣୁ ଯେଉଁ ଲୋକ ଏଭଳି କାମ କରିଛି ତାକୁ କଠିନ ଦଣ୍ଡ ଦିଆଯାଉ । ଯେଭଳି ଆଗାମୀ ଦିନରେ କେହି ଏଭଳି ଭୁଲ କରିବା ପାଇଁ ଚେଷ୍ଟା କରିବେ ନାହିଁ । ସୂଚନା ଯୋଗ୍ୟ, ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ସଚ୍ଚିତାନନ୍ଦମ ପକ୍ଷରୁ ଆଇଟମ ଡ୍ୟାନ୍ସର ଭାବରେ ନୃତ୍ୟପରିବେଷଣ କରିଥିଲେ ରାନୀ । ଷ୍ଟେଜରେ ବ୍ଳାଉଜ ଖୋଲିବା ଏବଂ ଦର୍ଶକଙ୍କ କାନ କାମୁଡିବାକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ଅଛନ୍ତି ରାନୀ । ସେ ପୂର୍ବରୁ ମଧ୍ୟ ସାକ୍ଷାତକାରରେ କହିଛନ୍ତି କି ମୁଁ ଧନ୍ଦା କରୁନି କି ସେକ୍ସ ରାକେଟରେ ଧରା ପଡିନି । ମୁଁ କଳା ପରିବେଶଣ କରିଛି । ଏହି ଘଟଣାକୁ ନେଇ ତାଙ୍କ ନାମରେ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା ।