ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ କେତେକ ଜିଲ୍ଲାରେ ଘନ କୁଡୁଡି ଦେଖା ଯିବାର ଆଶଙ୍କା କରାଯାଉଛି । ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ଏହି ଅବସରରେ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋୱାର୍ଣ୍ଣି ଜାରି କରିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଆଜିଠାରୁ ଥଣ୍ଡା କମିବ ।
ଅନ୍ୟପଟେ ଆଜିଠାରୁ ରାଜ୍ୟର କେତେକ ଜିଲ୍ଲାରେ ଘଡଘହି ସହିତ ବର୍ଷା ହେବାର ଆଶଙ୍କା କରାଯାଉଛି । ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବା ଆଶଙ୍କା କରାଯାଉଛି ।