ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଅଭିଯୋଗରେ କେମ୍ବ୍ରିଜ୍ ଆନାଲିଟିକା ନାଁରେ ମାମଲା ରୁଜୁ କଲା ସିବିଆଇ । ଏହି ଘଟଣାରେ ଇଂଲଣ୍ଡ୍ର ଅନ୍ୟ ଏକ ପ୍ରତିଷ୍ଠାନ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ’ (ଜିଏସ୍ଆର୍ଏଲ୍) ନାମରେ ମଧ୍ୟ ‘ସିବିଆଇ’ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
ସିବିଆଇ ୨୦୧୮ ମସିହାରେ କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଫେସ୍ବୁକ୍ର ମାଲିକ ମାର୍କ ଜୁକରବର୍ଗ ସେ ସମୟରେ ୮୭ ମିଲିୟନ୍ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଚୋରିର ଅଭିଯୋଗ ବ୍ରିଟିଶ୍ ଡାଟା ଆନାଲିଟିକ୍ସ କମ୍ପାନୀ କେମ୍ବ୍ରିଜ୍ ଆନାଲିଟିକା ଉପରେ ଲଗାଇଥିଲେ ।
୨୦୧୮ ଏପ୍ରିଲ ମାସରେ ଫେସବୁକ ସ୍ୱୀକାର କରିଥିଲା ଯେ ଭାରତର ୫.୬୨ ଲକ୍ଷ ଲୋକ ତଥ୍ୟ ଚୋରିର ସମ୍ମୁଖୀନ ହୋଇଛନ୍ତି । ଫେସବୁକର ଏହି ବୟାନ ପରେ ଭାରତ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।