ବ୍ରହ୍ମପୁର,(ଏଟିଆରବ୍ୟୁରୋ): ମହଙ୍ଗା ପଡିଲା ଫେକ ଆକାଉଣ୍ଟ । ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଶେଷରେ ଜେଲ ଯାଇଛନ୍ତି ଜଣେ ଯୁବକ । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ଅଞ୍ଚଳରେ । ସାଇବର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଚେନ୍ନାଇରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରିପୋର୍ଟ ଅନୁସାରେ, ନୟାଗଡ ରଣପୁର ଅଞ୍ଚଳର ସର୍ବେଶ୍ୱର ମାର୍ଥା ଚେନ୍ନାଇରେ ରହୁଥିଲେ । ତେବେ ସେ ଫେସବୁକରେ ଜଣେ ମହିଳାଙ୍କ ଫଟୋ ଲଗାଇ ଏକ ଫେକ ଆକାଉଣ୍ଟ କରିଥିଲେ । ଆକାଉଣ୍ଟରେ ବିଭିନ୍ନ ଅଶ୍ଳୀଳ ଫଟୋ ସହ ସେ ବିଭିନ୍ନ ପ୍ରକାର ଅଜବ ମନ୍ତବ୍ୟ ଦେଉଥିବା ଜଣାପଡିଥିଲା ।
ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୁଲିସ ସର୍ବେଶ୍ୱରଙ୍କୁ ଚେନ୍ନାଇର ସିପ୍ରମୁବୁଦୁର ଅଞ୍ଚଳରୁ ଗିରଫ କରିଥିଲା ।