ବାରିପଦା (ଏଟିଆର ବ୍ୟୁରୋ): ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ଦିନେ ଆଲୁଅ ହୁଏ । ଆଜି ଏକ ଚୋର ଘର ଆଲୁଅ ହୋଇଛି ।ଲୋକଙ୍କୁ ଭୂଆଁ ବୁଲାଇ ଜଣେ ଆଇଆରଏସ୍ ଅଫିସର ବୋଲି କହୁଥିବା ନକଲି ଅଫିସରକୁ ଗିରଫ କରି ତାର ସମସ୍ତ ଠକାମିର ପର୍ଦାଫାସ କରିଛି ପୋଲିସ । ନିଜକୁ ଭାରତୀୟ ରାଜସ୍ୱ ସେବା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ଏହି ବ୍ୟକ୍ତି ।
ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲା ବଉଳପାଳ ଗାଁର ରଜତ କୁମାର ପଣ୍ଡା ବୋଲି ଜଣା ପଡିଛି । ଏହି ନକଲି ଅଫିସର ଜଣଙ୍କ ଜଣେ ମହଳାଙ୍କୁ ଚାକିରୀ ଦେବା ନାଁରେ ମୋଟା ଅଙ୍କର ଟଙ୍କା ମାଗିଥିଲେ । କିନ୍ତୁ ମହିଳା ଜଣଙ୍କ ସେହି ନକଲି ଆଇଆରଏସ୍ ଅଫିସରଙ୍କୁ ଟଙ୍କା ନଦେଇ ସମସ୍ତ ଘଟଣା ପୋଲିସକୁ ଜଣାଇଥିଲେ । ପରେ ପୋଲିସ ଘଟଣାରେ ତଦନ୍ତ କରି ସେହି ନକଲି ଅଫିସରଙ୍କ କଳା କର୍ତ୍ତୁତ୍ୱ ବିଷୟରେ ଜାଣି ତାଙ୍କୁ ଗିରଫ କରିଥିଲା ।