କଟକ (ଏଟିଆର ବ୍ୟୁରୋ) ; ୩୦ ବର୍ଷର ପୁଅ । ଯାଇଥିଲା ବାପାଙ୍କୁ ଦେଖାକରିବା ପାଇଁ । ତେବେ ଯିବାର ଏଯାବତ ୮ ବର୍ଷ ବିତିଗଲାଣି ହେଲେ ଘରକୁ ଫେରିନି ଭେଣ୍ଡିଆ ପୁଅ । ପୁଅର ନିଖୋଜକୁ ନେଇ ବାପା ମାଙ୍କ ଆଖିରୁ ଲୁହ ଶୁଖୁନି । ଏତେ ବଡ ପୁଅର ନିଖୋଜକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକ । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଳା ମହାଙ୍ଗାର ଲଳିତଗିରି ଗାଁରେ । ସେହି ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ପୁଅ ସରୋଜ ସାହୁ ଯିଏକି ଦୀର୍ଘ ୮ ବର୍ଷ ହେବ ନିଖୋଜ ଅଛି ।
ସୂଚନା ମୁତାବକ ଲକ୍ଷ୍ମୀଧର ପାରାଦୀପରେ ରହି ବୋପାର କରନ୍ତି । ମାତ୍ର ପରିବାର ଲୋକ ଗାଁରେ ରହୁଥିଲେ । ଏଣୁ ବାପାଙ୍କୁ ଦେଖିବା ପାଇଁ ପୁଅ ସରୋଜର ଇଛା ହୋଇଥିଲା । ଫଳରେ ବାପାଙ୍କୁ ଦେଖା କରିବା ପାଇଁ ପାରାଦୀପ ଯାଇଥିଲା ପୁଅ । ୨୦୦୯ ମସିହା ଡିସେମ୍ବର ୧୮ ତାରିଖରେ ବାପାଙ୍କ ସହ ଦେଖା ହେବା ପରେ ଘରକୁ ଫେରିବା କଥା । କିନ୍ତୁ ଘରକୁ ଫେରି ନଥିଲେ ସରୋଜ । ଏହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକ । ସରୋଜଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପତ୍ତା ମିଳିନଥିଲା । ଶେଷରେ ପାରାଦୀପ ଥାନାରେ ଏତଲା ଦେଇଥିଲେ ପରିବାର । ତେବେ ଏହି ଘଟଣାକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ନାହିଁ । ଯାହାକୁ ନେଇ ମା ବାପାଙ୍କ ଆଖିରୁ ଲୁହର ଧାର ବନ୍ଦ ହେଉନି । ଏବେ ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ପରିବାର ଲୋକ । ତେବେ ଏବେ ନଜର ରହିଲା ପ୍ରଶାସନ କେବେ ଏହି ପରିବାରକୁ ହଜିଲା ପୁଅକୁ ଖୋଜି ଆଣି ଦେଉଛି ।