ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ) ; ଚାଷୀଙ୍କ ପିଛା ଛାଡୁନି ବିବାଦ । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ରାଜ୍ୟର ସବୁଆଡେ ଚକଡା ପୋକର ଭୟ ଦେଖିବାକୁ ମିଳୁଛି । ତେବେ ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅଧିକ ରହିଛି । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଚକଡା ପୋକ ଉପଦ୍ରବର ଶିକାର ହେଉଛି । ଚଳିତ ବର୍ଷ ବର୍ଷା ଭଲ ହୋଇଥିବାରୁ ଚାଷୀକୂଳ ଖୁସି ହୋଇଥିଲେ । ମାତ୍ର ଚକଡା ପୋକ ସାଜିଲା ବାଧକ । କୀଟ ନାଶକ ପ୍ରୟୋଗ କରିଥିଲେ ମଧ୍ୟ ଚାଷୀ ମାନେ କୈାଣସି ସୁଫଳ ପାଇନାହାଁନ୍ତି । ସୁବର୍ଣ୍ଣପୁରର ଅମରପାଲି ସହ ଗୈାଡଗାଡ,ବହଲପଦର,କୁଶଦାଦର ଗାଁରେ ଚକଡା ପୋକ ଲାଗି ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ତେବେ ଜିଲ୍ଲାର ବୀରମହାଜନପୁର ଅମରପାଲି ଗାଁରେ ସର୍ବାଧିକ କ୍ଷତି ହୋଇଛି ।
ସରକାର ରାଜ୍ୟର ୯ଟି ଜିଲ୍ଲାକୁ ମରୁଡି ଅଞ୍ଚଳ ଘୋଷଣା କରିବା ସହ ସହଯୋଗ କରିବାର ପ୍ରତିଶ୍ରୃତି ଦେଇଛନ୍ତି । ଏଣୁ ଏଠାକାର ଚାଷୀ କୃଷି ବିଭାଗରେ ଜଣାଇଥିଲେ ମଧ୍ୟ କୈାଣସି ସହଯୋଗ ପାଇ ନଥିବା ଅଭିଯୋଗ କରିଛନ୍ତି । ସେପଟେ ଚକଡା ପୋକ ଫସଲର ସୁରକ୍ଷା ପାଇଁ ଚାଷୀ ମାନଙ୍କୁ ଅଧା ଦାମରେ କୀଟନାଶକ ଯୋଗାଇ ଦେଇଥିବା କହିଛନ୍ତି ସରକାରୀ କୃଷି ବିଭାଗର ଅଧିକାରୀ । ମାତ୍ର ଏହି କୀଟନାଶକ ବ୍ୟବହାର କରିଥିଲେ ମଧ୍ୟ କୈାଣସି ଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାରଙ୍କ କ୍ଷତି ପୂରଣକୁ ଚାହିଁ ବସିଛନ୍ତି ସୁବର୍ଣ୍ଣପୁର ଚାଷୀ ।