ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠୁ ବାଧ୍ୟତାମୂଳକ ହେଲା ଫାସଟ୍ୟାଗ । ଜାତୀୟ ରାଜପଥ ଟୋଲ ଗେଟରେ ଫାସଟ୍ୟାଗ ମାଧ୍ୟମରେ ଟୋଲ ଫି ଆଦାୟ ହେବ । ନିୟମ ଲାଗୁ ହେବା ପରେ ପ୍ରଥମ ଦିନରୁ ହିଁ ଗାଡି ଚାଳକ ଫାଇନ ଦେଇଛନ୍ତି ।
ଫାସଟ୍ୟାଗ ନ ଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି । ଏବଂ ଏହା ସହ ଲାଗିବ ୨ ଗୁଣ ଟୋଲ ଫି । ସେହିପରି ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ , ନ ହେଲେ ଗାଡି ମାଲିକଙ୍କ ନାଁ ରେ କଟାଯିବ ଚାଲଣ । ୧୨ ଘଣ୍ଟା ମଧ୍ୟରେ ୩୧୨ ଟି ଗାଡିରୁ ଫାଇନ ଆଦାୟ ହୋଇଛି ।
ଓଡିଶାରେ ମଧ୍ୟ ଫ୍ୟାସଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି । ପିପିଲି ଟୋଲ ପ୍ଲାଜା ରେ ୮ ଟି ଲାଇନ ନିର୍ମାଣ କରାଯାଇଛି । ୪ ଟି ପ୍ରବେଶ କରିବା ପାଇଁ ଓ ଅନ୍ୟ ୪ ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି ।ଏହି ଫାସଟ୍ୟାଗ ବ୍ୟବସ୍ଥା ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ଲାଗୁ କରାଯାଇଛି ।