ଯାଜପୁର ( ଏଟିଆର ବ୍ୟୁରୋ): ବାପା ହେଲା ସୌତାନ! ବୁଝିଲାନି ସମ୍ପର୍କର ମୂଲ! ନିଜର କ୍ଷୁଧା ଆଗରେ ହାର ମାନିଲା ପବିତ୍ର ସମ୍ପର୍କ । ପାଲଟିଲା ନର ରାକ୍ଷଶ । ନିଜ ଝିଅ ସହିତ କଲା ଦୂଷ୍କର୍ମ । ଏମତି ଏକ ଅମାନବୀୟ ଲଜ୍ୟାକର ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଜଣେ ବାପା ଦୀର୍ଘ ୬ ମାସ ଧରି ନିଜ ଝିଅକୁ ଦୂଷ୍କର୍ମ କରୁଥିବା ଅଭିଯୋଗ ଆଣିଲା ନାବାଳିକା ଝିଅ ।
ସୂଚନା ଅନୁସାରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ବାସିନ୍ଦା ସମ୍ପୃକ୍ତ ବାପା ତାଙ୍କ ୧୪ ବର୍ଷର ନାବଳିକା ଝିଅ ସହିତ ଦୂଷ୍କର୍ମ ସହିତ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ । ଏନେଇ ପୂର୍ବରୁ ମଧ୍ୟ ଗାଁରେ ନ୍ୟାୟ ନିଶାବ ହୋଇଥିଲା । ମାତ୍ର ସୌତାନ ବାପା ଉପରେ ଏହାର କୌଣସି ପ୍ରଭାବ ପଡି ନଥିଲା । ଏମିତିକି ଏନେଇ ନାବଳିକାର ମା ମୁହଁ ଖୋଲିବାରୁ ତାକୁ ମାରି କରି ଲହୁଲୁହାଣ ବି କରିଥିଲା ।
ନିର୍ଯ୍ୟାତନା ଅତିଶୟ ହେବାରୁ ଶେଷରେ ନାବଳିକା ଝିଅ ଥାନାର ଆଶ୍ରୟ ନେଇଥିଲା । ଗତ ୧୭ ତାରିଖରେ ପିଡୀତା ନବାଳିକା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଯାହକୁ ନେଇ ଏବେ ପୁରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ୧୭ ତାରିଖ ଠାରୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତରେ ବିଳମ୍ଭ ହେଉଥିବା ଅଭିଯୋଗ ଆସିଛି । ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।