ଅନୁଗୁଳ(ଏଟିଆର ବ୍ୟୁରୋ):ସାତକୋଶିଆରେ ମହାବଳ ବାଘ ଅର୍ଥାତ୍ ବାଘ ମାମୁଁଙ୍କୁ ମିଳିଛି ବାଘୁଣୀ ମାଇଁଙ୍କ ସାଥ୍ । ମଧ୍ୟପ୍ରଦେଶର ବାନ୍ଧଗଡରୁ ସୁନ୍ଦରୀ ନାମକ ବାଘୁଣୀ ଆସି ସାତକୋଶିଆରେ ପହଞ୍ଚିଛି ।
ମହାବଳ ବାଘର ବୟସ ୩ ବର୍ଷ ହୋଇଥିଲା ବେଳେ ବାଘଣୀର ବୟସ ପ୍ରାୟ ଅଢେଇ ବର୍ଷ । ଗତକାଲି ରାତିରେ ସାତକୋଶିଆର ସ୍ୱତନ୍ତ୍ର ଖୁଆଡରେ ବାଘୁଣୀ ‘ସୁନ୍ଦରୀ’କୁ ଛଡାଯାଇଥିଲା । ତା’ପରେ ସିସିଟିଭି ଜରିଆରେ ନଜର ରଖାଯାଇଥିଲା ବାଘୁଣୀ ଉପରେ । ସେଥିରୁ ଜଣା ପଡିଛି କି ଖୁଆଡରେ ଛଡାଯାଇଥିବା ବାରହାକୁ ଶିକାର କରି ଖାଇଛି ବାଘୁଣୀ ।
ସାତକୋଶିଆରେ ଆଗକୁ ବାଘ ଓ ବାଘୁଣୀ ଦୁହେଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ବନବିଭାଗ ଆଶା ପ୍ରକାଶ କରିଛି ।