ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନେ ମେଥି ଶାଗ ଅଧିକ ପରିମାଣରେ ବଜାରରେ ମିଳିଥାଏ । ମେଥି ଶାଗ କୁ ପ୍ରତ୍ୟେକ ଘରେ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି । ମେଥି ମଞ୍ଚି ପରି ମେଥି ଶାଗ ମଧ୍ୟ ବେଶ ଲାଭଦାୟକ ହୋଇଥାଏ । କିଛି କିଛି ଲୋକ ମେଥିରେ ତିଆରି ପରଟା ଖାଇବାକୁ ପସନ୍ଦ କରିଥାନ୍ତି ।
ତେବେ ଆସନ୍ତୁ ଜାଣିବା ମେଥି ଶାଗ ଖାଇବା ଦ୍ୱାରା କଣ ସବୁ ଉପକାର ମିଳିଥାଏ ।
୧-ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାର ହୋଇଥାଏ । ମେଥି ଶରୀରରେ ଥିବା ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ ।
୨-ମେଥି କୋଲେଷ୍ଟୋଲ ର ପରିମାଣ କୁ କମ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଥିବା ଖରାପ କୋଲେଷ୍ଟୋଲ କମ କରିବାରେ ସାହାର୍ଯ୍ୟ କରିଥାଏ ।
୩- ମା’ କ୍ଷୀର ପାଇଁ ମେଥି ଶାଗ ଏକ ଭଲ ଖାଦ୍ୟ। ତେଣୁ ପ୍ରସବ ପରେ ମହିଳାମାନଙ୍କୁ ମେଥି ଶାଗ ଖାଇବା ପାଇଁ ଡାକ୍ତରମାନ ପରାମର୍ଶ ଦେଇଥାନ୍ତି।
୪- ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ। ମେଥି ଶାଗ ଆୟୁର୍ବେଦ ଔଷଧ ଭଳି କାମ କରେ। ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟାକୁ କମ୍ କରିଥାଏ।
୫-ମେଥି ଶାଗ ଖାଇବା ଦ୍ୱାରା ଥଣ୍ଡା , କାଶ, ଜ୍ୱର ଭଳି ସମସ୍ୟା ଦୂର ହୋଇଥାଏ ।