ଅନୁଗୋଳ (ଏଟିଆର ବ୍ୟୁରୋ) ; ଶେଷରେ ଧରାପଡିଲା ସୁନ୍ଦରୀ । ସାତକୋଶିଆରେ ଲୁଚକାଳି ଖେଳୁଥିବା ବାଘୁଣୀ ସୁନ୍ଦରୀକୁ ଶେଷରେ ଟ୍ରାଙ୍କୁଲାଇଜ କରାଯାଇଛି । ଦୀର୍ଘଦିନର ପ୍ରଚେଷ୍ଠା ପରେ ଆଜି ଫାସରେ ପଡିଛି ମଣିଷଖିଆ ବାଘୁଣୀ । ଟ୍ରାଙ୍କୁଲାଇଜ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ ସନ୍ଦୀପ ତ୍ରିପାଠୀ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନ ଓ ମଧ୍ୟପ୍ରଦେଶର ବାନ୍ଧବଗଡରୁ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ମଧ୍ୟ ଅପରେସମରେ ସାମିଲ କରାଯାଇଥିଲା । ତେବେ ଅପରେସନ ସଫଳ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।
ସୂଚନାଯୋଗ୍ୟ , ଅନୁଗୁଳ ସାତକୋଶିଆ ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଛଡାଯାଇଥିଲା । ତେବେ ବାଘୁଣୀ ଜଙ୍ଗଲରେ ତାର ମନପସନ୍ଦର ସାଥୀ ନ ପାଇବାରୁ ରକ୍ତମୁଖୀ ହୋଇ ଜନବସତୀ ଆଡକୁ ମାଡି ଆସିଥିଲା । ଏହାସହିତ ସେ କେତେବେଳେ ମଣିଷ ମାରି ଖାଉଥିଲା ତ ଆଉ କେତେବେଳେ ବନ୍ୟଜନ୍ତୁ । ଯାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ସେଥିଲାଗି ସୁନ୍ଦରୀକୁ ଜଙ୍ଗଲରୁ ଧରିବା ପାଇଁ ପ୍ରୟାସ ଜାରିଥିବା ସତ୍ୱେ ତାହା ବାରମ୍ବାର ଫେଲ ମାରିଥିଲା । କିନ୍ତୁ ଏବେ ଫାସରେ ପଡିଛି ସୁନ୍ଦରୀ ।