ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ଦେଶରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଏହି ବଜେଟରେ ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ୬୪,୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଗ୍ରାମାଞ୍ଚଳରେ ୧୭ହଜାର ଓ ସହରାଞ୍ଚଳରେ ୧୧ ହଜାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାର ସହାୟତା ମିଳିବ । ୨୦୨୧-୨୨ ରେ ଭାରତ ସରକାର କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଦେବେ । ଯଦି ଆବଶ୍ୟକ ପଡେ ତେବେ ସେଥିପାଇଁ ଅଧିକ ଅର୍ଥ ମଞ୍ଜୁରି ପ୍ରଦାନ କରାଯିବ ।
୬୪ ହଜାର ୧୮୦ କୋଟି ଟଙ୍କା ଦେଶର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରାଯିବ । ଯାହାଫଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶକୁ ମଜବୁତ କରିବା ସହ ଯଦି ଆମ ଭବିଷ୍ୟତରେ କୈାଣସି ରୋଗ ଆସେ ତାର ପ୍ରତିକାର ଖୁବ୍ ଶୀଘ୍ର କରାଯାଇ ପାରିବ ବୋଲି ଅର୍ଥିମନ୍ତ୍ରୀ କହିଛନ୍ତି ।