ଗଜପତି (ଏଟିଆର ବ୍ୟୁରୋ); ସରପଞ୍ଚଙ୍କ ନାଁରେ ଥାନାରେ ଏତଲା । ଲାଞ୍ଚ ନେଇଥିବା ଅଭିଯୋଗରେ ଥାନାରେ ହାଜର ହେଲେ ସରପଞ୍ଚ । ତିତଲି ବାତ୍ୟାରେ କ୍ଷତି ପୂରଣରେ ଲୋକଙ୍କୁ ଘର ଦେବା ନାଁରେ ଲୋକଙ୍କ ପାଖରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଆଗରେ ସବୁ ମାନିଛନ୍ତି ଅଭିଯୁକ୍ତ ସରପଞ୍ଚ । ଲାଞ୍ଚୁଆ ସରପଞ୍ଚ ହେଲେ ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମାଣ୍ଡିମରା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ମାଝୀ ।
ତିତଲୀ ବାତ୍ୟାରେ କ୍ଷତି ପୂରଣ ପାଇଁ ସରକାର ଘୋଷଣା କରିଥିବା ସହାୟତା ରାଶି ବାଟ ମାରଣା ହେଉଛି । ଗରୀବଙ୍କ ପାଇଁ ଦିଆଯାଉଥିବା ଏହି ସହାୟତାକୁ ଟଙ୍କା ସହାୟତାରେ ବିକୁଛନ୍ତି ଦଲାଲ । ତେବେ ଏହି ଦଲାଲଙ୍କ ମଧ୍ୟରେ ପ୍ରଶାନ୍ତ ମାଝୀ ଅନ୍ୟତମ । ସୂଚନା ଅନୁଯାୟୀ ମାଣ୍ଡିମରା ପଞ୍ଚାୟତ ଅନ୍ତର୍ଗତ କ୍ରିଷ୍ଣା ଲିମାଙ୍କ ଘର ଭାଙ୍ଗିଯାଇଥିଲା । ଏଣୁ ସେ ସରକାରଙ୍କ ସାହାର୍ଯ୍ୟ ଅନୁସାରେ ଘର ପାଇବା ପାଇଁ ହକଦାର । ମାତ୍ର ସରପଞ୍ଚ ତାଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ତେବେ ଏହି ଟଙ୍କା ନେଇ ସେ ତହସିଲଦାରଙ୍କୁ ଦେବେ ବୋଲି କହି ଟଙ୍କା ହଡପ କରିଥିଲେ । ମାତ୍ର ତହସିଲଦାରଙ୍କୁ ନଦେଇ ନିଜେ ଟଙ୍କା ରଖିଥିବା ଜାଣିବା ପରେ ତହସିଲଦା ସଂଘମିତ୍ରାଙ୍କୁ କହିଥିଲେ ଲିମା ।
ତହସିଲଦାରଙ୍କ ନାଁରେ ଆଗରୁ ମଧ୍ୟ ଅନେକ ଟଙ୍କା ଆଣିଥିବା ଅଭିଯୋଗ ହୋଇଛି । ତେବେ ତହସିଲଦାରଙ୍କ ନାଁରେ ବଦନାସ ହେଉଥିଲା । ଏଣୁ ତହସିଲଦାର ପୋଲିସରେ ଏତଲା ଦେିଥିଲେ । ଏହି ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ସରପଞ୍ଚଙ୍କୁ ଅଟକ ରଖି ପଚରା ଉଚରା କରୁଛି ।