ନୟାଗଡ (ଏଟିଆର ବ୍ୟୁରୋ) ; ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଚାଲିଗଲା ଜଣେ ଚାଷୀର ଜୀବନ । ମୃତ ଚାଷୀ ଜଣକ ହେଲେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡାର ଗ୍ରାମର ନିରଞ୍ଜନ ପ୍ରଧାନ । ସୂଚନା ଅନୁସାରେ ଖାଲମଡା ଗ୍ରାମର ନିରଞ୍ଜନ ସକାଳ ବିଲକୁ ଯାଇଥିଲେ । ତାଙ୍କ ବିଲ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ବିଲରେ ପଡିଥିବା ଏହି ତାର ତାର ସଷ୍ପର୍ଷରେ ଆସି ଘଟଣାସ୍ଥଳରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପାଖ ବିଲରେ କାମ କରୁଥିବା ଲୋକେ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଶବକୁ ଉଦ୍ଧାର କରିଥିଲେ ।
ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କ୍ଷତିପୂରଣ ଦାବୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ ।