ରାଜକୋଟ(ଏଟିଆର ବ୍ୟୁରୋ):ଗତ କାଲି ବିଳମ୍ବିତ ରାତିରେ ରାଜକୋଟ ସହରରେ ଥିବା କୋଭିଡ଼ ହସ୍ପିଟାଲ ରେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ଫଳରେ ୬ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି ।
ହସ୍ପିଟାଲର ଆଇସିୟୁ ୟୁନିଟ୍ ରେ ଅଗ୍ନିକାଣ୍ଡ ହୋଇଥିବାର ଜଣାପଡ଼ିଛି ।ଆଇସିୟୁରେ ନିଆଁ ଲାଗିବା ସମୟରେ ପ୍ରାୟତଃ ୧୧ ଜଣ ରୋଗୀ ଥିବାର ଜଣାପଡ଼ିଛି ।ହସ୍ପିଟାଲ ରେ ମୋଟ ୩୩ ଜଣ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା ଚାଲିଥିଲା ।
ସର୍ଟ ସର୍କିଟ କାରଣରୁ ହସ୍ପିଟାଲରେ ନିଆଁ ଲାଗିଛି ବୋଲି ଅନୁମାନ କରାଯାଉଛି । କିନ୍ତୁ ଘଟଣାର ପ୍ରକୃତ କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।ଅଗ୍ନିସମ ବିଗାଗ କତ୍ତୃପକ୍ଷ ନିଆଁ କୁ ଆୟତ କରିଥବା ବେଳେ ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।
ହସ୍ପିଟାଲରେ ନିଆଁ ଲାଗିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହି ଝଟଣା ସଂପର୍କରେ ସୂଚନା ଦେଇଛନ୍ତି ।ଏବଂ ମୁଖ୍ୟମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।