ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସକାଳୁ ହାଇଟେକ୍ ମେଡିକାଲ କଲେଜର ଦ୍ୱିତୀୟ ମହଲାରେ ଅଚାନକ୍ ନିଆଁ ଲାଗି ଯାଇଛି । ଏହି ମହଲାଟି ଫିଜିଓଥେରାପି ବିଭାଗ ବୋଲି ଜାଣିବାକୁ ମିଳିଛି । ନିଆଁ ଜଳୁଥିବାର ଦେଖି କଲେଜ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାରେ ଦମକଳବାହିନୀର କର୍ମିମାନେ ପହଁଚି ନିଆଁକୁ ଆୟତ କରିଥିଲେ ।
ସକାଳୁ ଏହି ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନଥିବା ସମୟରେ ଅଘଟଣଟି ଘଟିଛି । ସେଥିଲାଗି ଛାତ୍ରଛାତ୍ରୀଙ୍କର କୌଣସି କ୍ଷୟ କ୍ଷତି ଘଟି ନାହିଁ । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।