ବ୍ରହ୍ମଗିରି (ଏଟିଆର ବ୍ୟୁରୋ): ଗତ କିଛିଦିନ ତଳେ ଅଷ୍ଟ୍ରେଲିଆର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯାହାଫଳରେ ଏକର ଏକରର ଜଙ୍ଗଳ, ଜୀବଜନ୍ତୁ ପୋଡି ହୋଇ ପାଉଁଶ ହୋଇଯାଇଥିଲେ । ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଲିଭାଇବା ଅଷ୍ଟ୍ରେଲିଆ ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା । ତେବେ ସେହିଳି କିଛି ସମ୍ମାନ ପରିସ୍ଥିତି ସିପୁସୁର ବାଲି ଜଙ୍ଗଲ ମଧ୍ୟ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ,ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସିପସୁର ବାଲି ଜଙ୍ଗଲରେ ଗତ ସୋମବାରଠାରୁ ନିଆଁ ଲାଗିଛି ।
ଯାହା ଲିଭିବାର ନା’ ଧରୁ ନାହିଁ । ଏହି ନିଆଁ ଫଳରେ ଏକର ଏକର ଜଙ୍ଗଲ ପୋଡି ପାଉଁଶ ହେବାରେ ଲାଗିଲେଣି । ନିଆଁ ଲାଗିଥିବା ସ୍ଥାନରେ ଦମକଳ କର୍ମଚାରୀମାନେ ପହଞ୍ଚି ପାରୁ ନଥିବାରୁ ନିଆଁ ଆୟତ କରାଯାଇ ପାରୁନାହିଁ । ବନ ବିଭାଗ କର୍ମଚାରୀ ମାନେ ଛୋଟ ଛୋଟ ଡ୍ରମ ସାହାର୍ଯ୍ୟରେ ପାଣି ନେଇ ନିଆଁକୁ ଆୟତ କରିବାୁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସଫଳତା ମିଳି ପାରୁନାହିଁ । ଦୁଇଦିନ ଧରି ଲାଗିଥିବା ନିଆଁ ଫଳରେ ହଜାର ହଜାର ଗଛ ପୋଡି ପାଉଁଶ ହେବାରେ ଲାଭିଲେଣି । ଏହି ନିଆଁକୁ ଯଦି ତୁରନ୍ତ ନଲିଭା ଯାଏ ତେବେ ଏହା ଅଧିକ ଭୟାନକ ରୂପ ନେବ ବୋଲି ଜଣାପଡୁଛି । ତେବେ ତୁରନ୍ତ ଏହି ନିଆଁ ଲିଭାଇବାକୁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।